Breaking

ନିମ୍ବ ଗଛରୁ ବାହାରୁଛି କ୍ଷୀର : ଦେଖଣାହାରୀ ଙ୍କ ସୁଅ ଛୁଟୁଛି

0

ନୟାଗଡ(ଗୋବର୍ଦ୍ଧନ ପଣ୍ଡା):ବେଳେବେଳେ କିଛି ଖବର ସାମ୍ନାକୁ ଆସିଥାଏ , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟକର ମନେହୁଏ । ଆଜିର ବିଜ୍ଞାନ ଯୁଗରେ ମଣିଷ ବାସ୍ତବିକତା ଉପରେ ବିଶ୍ୱାସ କରୁଥିଲେ ବି କିଛି ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇଥାନ୍ତି । ଯାହାକୁ ଲୋକେ ଇଶ୍ୱରଙ୍କର କ୍ରିୟା ଭାବି ଧୂପ, ଦୀପ, ନୈବେଦ୍ୟ ଦେଇ ପୂଜା କରିଥାନ୍ତି । ଏମିତି ଏକ ଖବର ସାମନାକୁ ଆସିଛି ଯାହାକୁ ଜାଣିଲେ ଆପଣ ବିଶ୍ୱାସ କରିବେ ନାହିଁ । ହେଲେ ଏ ଘଟଣାଟି ସତ ଅଟେ । ନୟାଗଡ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ,ଶାଳପଡା ପଂଚାୟତର ମାଣିବନ୍ଧ ଗ୍ରାମରେ ଘଟିଛି ଏହି ଅଲୌକିକ ଘଟଣା । ନିମ୍ବ ଗଛରୁ ବାହାରୁଛି କ୍ଷୀର । ଯାହାକୁ ନେଇ ଏବେ ଖୁବ୍ ଆଲୋଚନା। ଏହାକୁ ଦେଖିବାକୁ ଲୋକଙ୍କର ଭିଡ ଜମିଛି । ଆଉ ଏହାର କ୍ଷୀର ଠାକୁରଙ୍କ ଅଲୌକିକତା ଭାବି ପାନ କରୁଛନ୍ତି ଦେଖିବାକୁ ଆସୁଥିବା ଲୋକ ।

ସତରେ କୁହା ଯାଏ ଲୋକମାନଙ୍କ ପାଖରେ ପଇସା ଅଧିକ ହେଲେ ଅନ୍ଧବିଶ୍ୱାସ ଅଧିକା ଉତ୍ପନ୍ନ ହୁଏ ବାସ୍ତବ ରେ ତାହା ଦେଖିବାକୁ ମିଳୁଛି ଏଠି।

loading...

Leave A Reply

Your email address will not be published.