ଚେନ୍ନାଇ:ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପୁଞ୍ଜିପତିଙ୍କୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସମସ୍ତ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯିବ । ଏହା ସହିତ ଆଗାମୀ ନଭେମ୍ବରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ପୁଞ୍ଜିପତିମାନଙ୍କୁ ନିମନ୍ତ୍ରଣ କରିଛନ୍ତି ।ଆଜି ଚେନ୍ନାଇରେ ମେକ୍ ଇନ୍ ଓଡ଼ିଶା ରୋଡ଼୍ ଶୋ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଏହି ଅବସରରେ ଅଭିନେତାରୁ ନେତା ହୋଇଥିବା ମକ୍କଲ ନିଧି ମୟମ ଦଳର ମୁଖ୍ୟ ତଥା ସାଉଥ୍ ସୁପରଷ୍ଟାର କମଲ ହାସନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ପରାମର୍ଶ ନେବା ପାଇଁ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । କଳାକାର ଭାବେ ନବୀନ ତାଙ୍କୁ ପ୍ରଶଂସା କରିଥିବା କହିଛନ୍ତି କମଲ ହାସନ୍ । ଅଭିନେତାରୁ ନେତା ସାଜିଛନ୍ତି କମଲ । ଚଳିତବର୍ଷ ମକଲ ନିଧି ମୟମ୍ ନାଁରେ ନୂଆ ରାଜନୈତିକ ଦଳ ଗଠନ କରିଛନ୍ତି । ସେ କହିଛନ୍ତି ଯେ, ରାଜନୀତିକୁ ନୂଆ ଆସିଥିବାରୁ ନବୀନଙ୍କ ପରାମର୍ଶ ନେଇଛି । ଅନ୍ତର୍ଜାତୀୟସ୍ତରରେ ନବୀନ ପଟ୍ଟନାୟକ ଜଣେ ଖ୍ୟାତିସମ୍ପନ୍ନ ନେତା । ଏହା ସହିତ ଦୁର୍ବିପାକ ସମୟରେ ରାଜ୍ୟ ସରକାରଙ୍କର ପଦକ୍ଷେପ ଶିକ୍ଷଣୀୟ ବୋଲି କମଲ ହାସନ ଗଣମାଧ୍ୟମକୁ କହିଛନ୍ତି । ସେ ନବୀନଙ୍କର ଜଣେ ବଡ଼ ପ୍ରଶଂସକ ବୋଲି କହିଛନ୍ତି ।
Breaking
International Multidisciplinary Conference on Science, Education, and Management Concludes Successfully in Bhubaneswarଆଇଆଇଏମଟିରେ ଆନ୍ତର୍ଜାତୀୟ ସମ୍ମିଳନୀSamsung Announces Early Deliveries for Galaxy S25 Series in Indiaପଟିଆରେ ଖୋଲିଲା ରୋଜ୍ ଟ୍ରାନ୍ସଫରମେସନ୍ଜଗନ୍ନାଥ ହେଉଛନ୍ତି ଆମର ଅସ୍ମିତା – ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ବତୀ ମହାରାଜ