Breaking

ଗ୍ଲୋ ଓ ପି ଏସ ଏ ଦ୍ଵାରା ଜାତୀୟ କ୍ରୀଡା ଦିବସ ପାଳନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ବିଶ୍ୱ ସ୍ତରରେ ବିଭିନ୍ନ ସମସ୍ୟା କୁ ନେଇ କାର୍ଯ୍ୟ କରୁଥିବା ‘ଗ୍ଲୋ ‘ ଅନୁଷ୍ଠାନ ଓ ପାନପୋଷ କ୍ରୀଡା ସଂଘଟନ ଦ୍ୱାରା ୱେବନାର ମାଧ୍ୟମରେ ଜାତୀୟ କ୍ରୀଡା ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ କୁ ବେଙ୍ଗାଳୁରୁ ରେ ରହି ଗ୍ଲୋ ର ସଦସ୍ୟ ଆଶୁତୋଷ ଦାସ ପରିଚାଳନା କରୁଥିବା ବେଳେ ଚେନାଇ ରୁ ସିଦ୍ଧାର୍ଥ ମହାପାତ୍ର ତାଙ୍କୁ ସହଯୋଗ କରିଥିଲେ।ୱେବନାର ମାଧ୍ୟମରେ ହେଉଥିବା ଜାତୀୟ କ୍ରୀଡା ଦିବସରେ ଅତିଥି ରୂପେ ପାରା ବେଡ଼ମିଣ୍ଟନ ଖେଳାଳୀ ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ପ୍ରମୋଦ ଭାଗତ,ହକି ଅଲମ୍ପିୟାଡ଼ ସୁନିତା ଲାକ୍ରା,ଅନ୍ତର୍ଜାତୀୟ ଆଥଲେଟ ପୂର୍ଣ୍ଣିମା ହେମ୍ବ୍ରମ, ଯୌନା ମୂର୍ମୁ, କ୍ରିକେଟର ମାଧୁରୀ ମେହେଟା, ସୁଟିଙ୍ଗ ରେ ଶ୍ରୀୟଙ୍କା ଷଡ଼ଙ୍ଗୀ, ବେଡ଼ମିଣ୍ଟନ ରେ ଋତୁପୂର୍ଣା ପଣ୍ଡା,ହକିରେ ମାରିୟାନା କୁଜୁର,ଦୃଷ୍ଟିହୀନ କ୍ରିକେଟର ପଙ୍କଜ ଭୋଇ ,ଦୃଷ୍ଟିହୀନ ଚେସ ର ଦୁଇଭାଇ ସୌନ୍ଦର୍ଯ ଓ ପ୍ରଚୟ ଓ ଫୁଟବଲ ରେ ରାକେଶ ଓରାମ ପ୍ରଭୁତି ଖେଳାଳି ଅତିଥି ରୂପେ ଯୋଗ ଦେଇ ୱେବନାର ମାଧ୍ୟମରେ ଆୟୋଜିତ ଜାତୀୟ କ୍ରୀଡା ଦିବସକୁ ପ୍ରଶଂସା କରିବା ସହିତ ନିଜେ ଦେଶପାଇଁ ଖେକିଥିବା ସମୟରେ କିଛି ସ୍ମରଣୀୟ ମୁହୂର୍ତ୍ତ ବିଷୟରେ ଆଲୋକ ପାତ କରିଥିଲେ। ସେହିଭଳି କ୍ରୀଡା ସମ୍ପାଦକ ସୁଶାନ୍ତ ବେହେରା,ବିମଳ କୁମାର ଓ ରଞ୍ଜିତ ଜେନା ପ୍ରମୂଖ ସ୍ୱତନ୍ତ୍ର ଅତିଥି ରୂପେ ଯୋଗଦେଇ ଅତିଥି ମାନଙ୍କ ସହିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅରବିନ୍ଦ ପାତ୍ର , ନିଖିଲ କଳାକାର ପ୍ରଧାନ,ଟି.ଏସ.ରାଜେଶ୍ୱରୀ, ସୁଚିତ୍ର ଦାସ,ବିକ୍ରମ ସ୍ୱାଇଁ,ବାର୍ଥଲୋମି କେର୍କେଟା, ଜେମ୍ସ କୁଜୁର, ପି କେ. ମହାନ୍ତି ପ୍ରଭୁତି ଯୋଡି ହୋଇ ନିଜ ନିଜ ମତବ୍ୟକ୍ତ କରିଥିଲେ। ନେଦରଲ୍ୟାଣ୍ଡ, ରୁଷିଆ, ୟୁ ଏ ଇ,ଲଣ୍ଡନ ଓ ଅଷ୍ଟ୍ରେଲିଆ ଭଳି ଦେଶରୁ ଗ୍ଲୋ ଅନୁଷ୍ଠାନ ର ସଦସ୍ୟ ୱେବନାର ମାଧ୍ୟମରେ ହେଉଥିବା ଜାତୀୟ କ୍ରୀଡା ଦିବସ କୁ ପାଳିବା ସହିତ ମସ୍କୋ ରୁ ଗ୍ଲୋ ର ଫାଉଣ୍ଡର ସୁରେନ୍ଦ୍ର ମିଶ୍ର ଏହି ୱେବନାର କୁ ଉଦଘାଟନ କରିଥିବା ବେଳେ ଦୁବାଇରୁ ପ୍ରିଥିସ ଦାସ ଅତିଥି ଓ ଆୟୋଜକ ମାନଙ୍କୁ ଧନ୍ୟବାଦ ଦେଇଥିଲେ।

loading...

Leave A Reply

Your email address will not be published.