Breaking

ନବୀନ @ ୭୭

ବିଜୁ ଜନତାଦଳ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ୭୭ତମ ଜନ୍ମଦିନ ପାଳିତ

0

ଫଳ ବାଣ୍ଟିଲେ : ଜନ୍ମ ଦିନ ପାଳିଲେ

ଆଜି ଜନପ୍ରିୟ ନେତା ତଥା ଭାରତବର୍ଷର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ୭୭ତମ ଜନ୍ମ ଦିବସ ଉପଲକ୍ଷେ ବିଜୁ ଜନତା ଦଳ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ତରଫରୁ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଶାନ୍ତ ରାଉତଙ୍କ ନେତୃତ୍ୱରେ କ୍ୟାପିଟାଲ ହସ୍ପିଟାଲ ଠାରେ ରୋଗୀମାନଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜନସେବାରେ ଉତ୍ସର୍ଗୀକୃତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଜନ୍ମଦିବସ ଏଭଳି ଏକ ନିଆରା ଢଙ୍ଗରେ ପାଳନ କରାଯିବା ପାଇଁ ଦଳ ତରଫରୁ ନିଷ୍ପତ୍ତି ନିଆଯାଇଥିଲା । କ୍ୟାପିଟାଲ ହସ୍ପିଟାଲର ଆଇ.ସି.ୟୁ ବିଭାଗ, ଶଲ୍ୟ ଚିକିତ୍ସା ବିଭାଗ, ଔଷଧ ବିଭାଗ, ଅସ୍ଥିଶଲ୍ୟ ବିଭାଗ ଏବଂ ବର୍ଣର୍ିଙ୍ଗ ବିଭାଗର ପ୍ରାୟ ୨୦୦-୩୦୦ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା ।

ଆଜିର ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଣବ ବଳବନ୍ତରାୟ, ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବ୍ୟୋମକେଶ ରାୟ, ମେୟର ଶ୍ରୀମତୀ ସୁଲୋଚନା ଦାସ, ଓଡ଼ିଶା ମୋ ପରିବାରର ଆବାହକ ଶ୍ରୀଯୁକ୍ତ ଅରୂପ ପଟ୍ଟନାୟକ, ଡ଼େପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହ୍ନର, ବରିଷ୍ଠ ନେତା ଶ୍ରୀଯୁକ୍ତ ସୁବାସ ପାତ୍ର, ରଂଜିତ ମହାପାତ୍ର, ବିରଞ୍ôଚ ନାରାୟଣ ମହାସୁପକାର, ଅମରଜିତ ସେନାପତି, ରୁଦ୍ର ସାମନ୍ତରାୟ, କର୍ପୋରେଟର ଅମରେଶ ଜେନା, ଭୋଳାନାଥ ମହାରଣା, ପୂର୍ବତନ କର୍ପୋରେଟର ସେକ୍ ନିଜାମୁଦ୍ଦିନ, ଆଲୋକ ପାଣିଗ୍ରାହୀ, ଶ୍ରୀଧର ଜେନା, ଛାତ୍ର ସଭାପତି ସୁବାସ ସାହୁ ଏବଂ ବିଜୁ ଜନତା ଦଳର ପ୍ରମୁଖ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଆଜିର ଏହି ନିଆରା ପଦକ୍ଷେପ ପାଇଁ ରୋଗୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଜନ୍ମଦିବସ ପାଇଁ ଆଶୀର୍ବାଦ କରିବା ସହିତ ଦୀର୍ଘାୟୁ କାମନା କରିଥିଲେ ।

loading...

Leave A Reply

Your email address will not be published.