Breaking

ଜେଇଇ ମେନ୍ ୨୦୨୧ ପରୀକ୍ଷାରେ ମଦର୍ସ ପବ୍ଲିକ୍ ସ୍କୁଲ ଛାତ୍ରଛାତ୍ରୀଙ୍କ ସଫଳତା

0

ଭୁବନେଶ୍ୱର: ଜେଇଇ ମେନ୍ ପରୀକ୍ଷା ୨୦୨୧ରେ ମଦର୍ସ ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଲଗ୍ନେଶ ମହାପା୍‌ତ୍ର ୯୯.୭୬୨ ପର୍ସେଟାଂଇଲ୍ ରଖି ସ୍କୁଲ୍‌ର ସର୍ବାଧିକ ସ୍କୋର ହାସଲ କରିଥିବା ବେଳେ ୯୯.୨୭୭ ପର୍ସେଟାଂଇଲ୍ ସହ ସୌଦିତି ରାଉତ ଦ୍ୱିତୀୟ ଟପର୍ ହୋଇଛନ୍ତି । ଅଶ୍ୱିନୀ ବିଶ୍ୱାଳ, କେତନ ଅଗ୍ରୱାଲ୍‌, ଆୟୁଷ୍ମାନ କର, ଆଦିତ୍ୟ ମିତ୍ର ଓ ଶର୍ମିଷ୍ଠା ସୁଭଦର୍ଶିନୀ ୯୭ ପର୍ସେଟାଂଇଲ୍‌ରୁ ଅଧିକ ସ୍କୋର ହାସଲ କରିଛନ୍ତି । ସ୍କୁଲର ମୋଟ ୩୮ ଜଣ ଛାତ୍ରଛାତ୍ରୀ ୯୦ ପର୍ସେଟାଂଇଲ୍‌ରୁ ଅଧିକ ସ୍କୋର ରଖିଛନ୍ତି ।
ସଫଳତା ହାସଲ କରିଥିବା ସମସ୍ତ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ସ୍କୁଲର ପ୍ରିନ୍‌ସିପାଲ୍ ପଲି ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି ଏବଂ କହିଛଛନ୍ତି ଯେ ଶିକ୍ଷାରେ ଉତ୍କର୍ଷକୁ ଉଚ୍ଚତର ସ୍ତରକୁ ନେବାରେ ଏହା ସ୍କୁଲ୍ ପାଇଁ ଶ୍ରେଷ୍ଠ ପ୍ରେରଣା ସାବ୍ୟସ୍ତ ହେବ । ଶିକ୍ଷାଦାତାମାନଙ୍କ ତରଫରୁ ଗ୍ରହଣ କରାଯାଇଥିବା ଉଦ୍ୟମ ଯଥା ମକ୍ ଟେଷ୍ଟ ସିରିଜ୍ ଆୟୋଜନ, ପାଠ୍ୟକ୍ରମ ପ୍ରସ୍ତୁତି ଉପରେ ସ୍ୱତନ୍ତ୍ର ଗୁରୁତ୍ୱ, ଦ୍ୱନ୍ଦ୍ୱ ଦୂର କରିବା ଆଦି ଯୋଗୁଁ ଯେକୌଣସି ସମୟ ପାଇଁ ପ୍ରସ୍ତୁତ ରହିବାକୁ ଛାତ୍ରଛାତ୍ରୀଙ୍କୁ ବିଶ୍ୱାସ ଯୋଗାଇଥିଲା । ଏହାକୁ ପ୍ରିନ୍‌ସିପାଲ୍ ଶ୍ରୀମତୀ ପଟ୍ଟନାୟକ ଭୂୟସୀ ପ୍ରଶଂସା କରିଛନ୍ତି । ଅଭିଭାବକ ଓ ଗାର୍ଡିଆନ୍‌ମାନଙ୍କ ସହୃଦୟତାର ସହ ସମର୍ଥନ ଆମକୁ ଏଭଳି ମାଇଲଖୁଂଟ ହାସଲ କରିବାରେ ସହାୟକ ହୋଇଛି ବୋଲି ସେ କହିଛନ୍ତି ।
ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ ଯେଉଁମାନେ କଠିନ ପରିଶ୍ରମ ଏବଂ ସଂହତି ଉପରେ ବିଶ୍ୱାସ କରନ୍ତି ସେମାନଙ୍କ ସଫଳତା କାହାଣୀ ଦେଖିବା ସ୍କୁଲ୍ ପାଇଁ ଗର୍ବର ମୁହୂର୍ତ । ଦୁନିଆକୁ ଉନ୍ନତ କରିବା ଲାଗି ଆମ ତରଫରୁ ଏହା ଏକ ଛୋଟିଆ ପଦକ୍ଷେପ । ନିଜର ସଫଳତା ଲାଗି ଲଗ୍ନେଶ ପ୍ରିନ୍‌ସିପଲ୍ ଶ୍ରୀମତୀ ପଟ୍ଟନାୟକ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ନିଜ ସ୍ୱପ୍ନକୁ ସାକରା କରିବା ଲାଗି ଅଭିଭାବକମାନେ କରିଥିବା ଉଦ୍ୟମକୁ ସେ ଶ୍ରେୟ ଦେଇଛନ୍ତି ।
ଏନ୍‌ଟିଏ ପକ୍ଷରୁ ଜେଇଇ ମେନ୍ ୨୦୨୧ ପରୀକ୍ଷା ୨୦୨୧ ଫେବ୍ରୁଆରି ୨୩ ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ୨୦୨୧ ମାର୍ଚ ୮ରେ ଏନ୍‌ଟିଏର ଅଫିସିଆଲ୍ ୱେବସାଇଟ୍‌ରେ ପରୀକ୍ଷା ଫଳ ପ୍ରକାଶ ପାଇଛି ।

loading...

Leave A Reply

Your email address will not be published.