ଭୁବନେଶ୍ୱର: ଖୋର୍ଦ୍ଧାର ଗୋଶାଳା ପଡ଼ିଆରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ଦଳିୟ ସଭାରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ପରୋକ୍ଷ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିିଜ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ର ସରକାରଙ୍କ ଯୋଜନାର ସୁଫଳ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ପାଉଥିବାବେଳେ ଓଡ଼ିଶା ଏହା ହାସଲ କରିପାରିଲା ନାହିଁ କାହିଁକି ବୋଲି ପ୍ରଶ୍ନ ଉଠାଇଥିଲେ । ମୋଟାମୋଟି ରାଜ୍ୟ ସରକାଙ୍କ ବିଫଳତାକୁ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଉପସ୍ଥାପିତ କରିଥିଲେ। ଓଡ଼ିଶାର ଶିଶୁମାନେ କୁପୋଷଣର ଶିକାର କାହିଁକି ହେଉଛନ୍ତି ? ଓଡ଼ିଶାର ଚାଷୀଙ୍କୁ କଣ ପାଇଁ ବୁନ୍ଦାଏ ପାଣି ପିଳୁନାହିଁ ? କାହିଁକି ଶିକ୍ଷକଙ୍କୁ ଦରମା ମିଳୁନାହିଁ ? ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାହିଁକି ଲାଗୁ ହେଉନାହିଁ ? ଭ୍ରଷ୍ଟାଚାର ଦାନବ ଓଡ଼ିଶାରେ ଶକ୍ତିଶାଳୀ ହୋଇ ପଡିଛି। କିଏ ଏହି ଦାନବକୁ ଦାନା ପାଣି ଦେଉଛି ?

ଏମିତି ପ୍ରଶ୍ନ ବାଣ ମାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୋର୍ଦ୍ଧା ନାଇଜର ଷ୍ଟାଡ଼ିୟମରେ ଆୟୋଜିତ ସମାବେଶରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ସର୍ବଦା ଚେଷ୍ଟିତ । ଚାଷୀଙ୍କ ସର୍ବାଙ୍ଗିନ ଉନ୍ନତି ଓ ସେମାନଙ୍କ ଆୟ ଦୁଇ ଗୁଣ କରିବା ପାଇଁ କେନ୍ଦ୍ର ସରକାର ଅନେକ ବିକାଶନ୍ମୋଖୀ ଯୋଜନା କରିଛନ୍ତି। ଏସବୁ ସତ୍ତ୍ୱେ ବି ଓଡ଼ିଶା ତାଷୀ ଆଜି ଅବହେଳିତ ଅବସ୍ଥାରେ ରହିଛି।

କଂଗ୍ରେସ ସରକାର ସ୍ୱାମୀନାଥନ ରିପୋର୍ଟକୁ ଚାପି ରଖିଥିଲେ। ଏନଡିଏ ସରକାର କ୍ଷମତାକୁ ଆସିବାପରେ ଏହି ରିପୋର୍ଟକୁ ସ୍ୱୀକାର କରିଛନ୍ତି। କିନ୍ତୁ ଓଡ଼ିଶାରେ ଚାଷୀଙ୍କୁ ଫସଲର ଉପଯୁକ୍ତ ଦାମ ମିଳୁନି। ବ୍ୟବସ୍ଥାର ଅଭାବ, ଚାଷୀଙ୍କ ପ୍ରତି ସମ୍ବେଦନଶୀଳତାର ଅଭାବ ଓ ସ୍ଥାନୀୟ ସରକାରର ବିଫଳତା ଯୋଗୁ ଫାଇଦା ଅନ୍ୟମାନେ ପାଉଛନ୍ତି। କାହା ପାଖରେ ଏହି ଫାଇଦା ପହଞ୍ଚୁଛି ବୋଲି ମୋଦି ପ୍ରଶ୍ନ କରିଥିଲେ।
ଶେଷରେ ଜୟ ଜଗନ୍ନାଥ କହି ଅଭିଭାଷଣକୁ ମୋଦୀ ସମାପ୍ତ କରିଥିଲେ।
Breaking
Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.Bhubaneswar Leads Odisha’s Tech Revolution as AI and Digital Banking Reshapes SME Landscape: KotakBajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth story