Breaking

କାଲି ଠାରୁ ଗଡିବ ମୋବସ୍

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

କାଲିଠୁ ଗଡ଼ିବ ‘ମୋ ବସ୍’ । ଟ୍ୱିନ୍-ସିଟିରେ ମୋ ବସ୍ ଚଳାଚଳକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଆସନ୍ତାକାଲିଠାରୁ ୭ଟି ରୁଟଦେଇ ଗଡ଼ିବ ମୋ ବସ୍ ବୋଲି ସରକାର ନିଷ୍ପତି ନେଇଛନ୍ତି । ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମୋ ବସ୍ ଗଡ଼ିବ ଓ ଏହି ୭ଟି ରୁଟରେ ବିନା ଶୀତତାପ ନିୟନ୍ତ୍ରିତ ବସ୍ ଚାଲିବ । ଯାତ୍ରୀମାନେ କୋଭିଡ୍-୧୯ ନିୟମାବଳୀକୁ ପାଳନ କରିବାକୁ କୁହାଯାଇଛି । କେବଳ ମାସ୍କ ପିନ୍ଧିଥିବା ଯାତ୍ରୀ ବସରେ ଯାତ୍ରା କରିପାରିବେ । ବସ୍ ରେ ଠିଆ ହୋଇ ଯାତ୍ରା କରିପାରିବେ ନାହିଁ । ଟିକେଟର ସଠିକ୍ ମୂଲ୍ୟ ମୁତାବକ ଖୁଚୁରା ଦେବାକୁ ପଡ଼ିବ ।ଏହିସବୁ ନିୟମାବଳୀ କୁ ମାନିଲେ ହି ବସ୍ ରେ ଯିବାକୁ ମିଳିବ ଅନୁମତି।

loading...

Leave A Reply

Your email address will not be published.