Breaking

ମାତୃଶକ୍ତି ଫାଉଣ୍ଡେସନ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ ଓ ଅସହାୟଙ୍କୁ ସହାୟତା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କ କୋରନା ଯୋଦ୍ଧା ମାନଙ୍କୁ ଶ୍ରଦ୍ଧାଞ୍ଜଳି ଘୋଷଣାକୁ ସଂମାନ ଦେଈ ମାତୃଶକ୍ତି ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଭୁବନେଶ୍ୱର ମଧ୍ୟ ବିଧାୟକ ତଥା ଭୁବନେଶ୍ୱର ଜିଲ୍ଲା ସଭାପତି – ରାଜ୍ୟ ସମ୍ପାଦକ ଶ୍ରୀମାନ ଅନନ୍ତ ନାରାୟଣ ଜେନାଙ୍କ ବାସଭବନରେ ପୂର୍ବତନ କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର, ସଞ୍ଜୟ ସେଠୀ ଏବଂ ଟ୍ରଷ୍ଟର ସଂସ୍ଥାପକ ପୁରଞ୍ଜନ ପାଢ଼ୀଙ୍କ ଉପସ୍ଥିତିରେ ତିନି ଜଣ ମାତୃ ପିତୃ ବିହୀନ ଛୋଟ ପିଲା ଏବଂ ତାଙ୍କ ବୃଦ୍ଧା ଜେଜେ ମା ଙ୍କୁ ନୂତନ ବସ୍ତ୍ର ଏବଂ ଏକ ମାସର ରାସନ ସାମଗ୍ରୀ ବଣ୍ଟନ କରାଗଲା ଏବଂ ମାନ୍ୟବର ବିଧାୟକ ସେହି ପିଲାମାନଙ୍କ ବଡ ହୋଇ ରୋଜଗାର କ୍ଷମ ହେବା ପର୍ଯ୍ୟନ୍ତ ସରକାରୀ ବ୍ୟବସ୍ଥାରେ ରହିବା ଖାଇବା ଏବଂ ପାଠ ପଢିବା ବ୍ୟବସ୍ଥା କରିଲେ | ଏହାହିଁ ଆମ ତରଫରୁ କୋଭିଡ଼ ଯୋଦ୍ଧାଙ୍କ ସ୍ମୃତିରେ ଏକ ବିହିତ ପଦକ୍ଷେପ ବୋଲି ଟ୍ରଷ୍ଟ ସମ୍ପାଦିକା ପ୍ରଭାସିନୀ ମହାନ୍ତି କହିଛନ୍ତି, ଟ୍ରଷ୍ଟର ଅନ୍ୟ ସଦସ୍ୟା ଗୋଲାପ ବେହେରା, ସ୍ମିତା ସିଂ, ସର୍ଣ୍ଣଲତା, ରୋଜାଲିନ ପଟନାୟକ, ଶୁଭଲକ୍ଷ୍ମୀ ବେହେରା, ଛାତ୍ର ନେତା ସମ୍ବିତ ମହାନ୍ତି ଉପସ୍ଥିତ ଥିଲେ| ଏବଂ ଟ୍ରଷ୍ଟ ତରଫରୁ ସନ୍ଧ୍ୟା ସମୟରେ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଦୀପ ଜାଳି ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲେ | ଆଗାମୀ ଦିନରେ କେହିବି ଦୂରଦିନ ରେ ଥିବା ପିଲାମାନଙ୍କୁ ଦେଖିଲେ ଆମକୁ ଜଣାଇବେ ବୋଲି ଟ୍ରଷ୍ଟ ତରଫରୁ କୁହାଯାଇଛି |

loading...

Leave A Reply

Your email address will not be published.