Breaking

ବିଳମ୍ବ ହୋଇପାରେ ମାଟ୍ରିକ ଏବଂ ଯୁକ୍ତଦୁଇ ପରୀକ୍ଷା

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ଚଳିତ ଶିକ୍ଷାବର୍ଷ ରେ ହେବ ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା। ଏ ନେଇ ସୂଚନା ଦେଲେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ। ସୂଚନା ଅନୁଯାୟୀ, ମାଟ୍ରିକ ଏବଂ ଯୁକ୍ତଦୁଇ ର ବିଳମ୍ବ ହେଲେ ମଧ୍ୟ ପରୀକ୍ଷା ହେବ। ତିନି ମାସ ଶ୍ରେଣୀ ଗୃହ ପାଠ୍ୟକ୍ରମ ହେବା ସହ ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରାଯିବ। ପରୀକ୍ଷା ନ ହେଲେ ଛାତ୍ରଛାତ୍ରୀ ଙ୍କ ଗୋଟିଏ ବର୍ଷ ନଷ୍ଟ ହେବାର ସମ୍ଭାବନା ରହିଥିବା ବେଳେ ବିନା ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଇବା ମଧ୍ୟ ସମ୍ଭବପର ନୁହେଁ। ତେବେ ସମଗ୍ର ଦେଶରେ ଯଦି ପରୀକ୍ଷା ବାତିଲ କରାଯାଏ ତେବେ ସେ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ। କିନ୍ତୁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ପରୀକ୍ଷା କରାଇବା ସପକ୍ଷରେ ଅଛନ୍ତି। ଡିସେମ୍ବର ୩୧ ପରେ ସ୍କୁଲ ଖୋଲିବା ନେଇ ସୂଚନା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ କରୋନା ମହାମାରୀ ହେତୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଏବଂ ଅନ୍ୟାନ୍ୟ ପରୀକ୍ଷା ବାତିଲ କରାଯାଇଥିଲା।

loading...

Leave A Reply

Your email address will not be published.