Breaking

‘କଳିଙ୍ଗ ସିନେଆର୍ଟସ୍’ ପକ୍ଷରୁ ମକର ଉତ୍ସବ ଓ ‘ଆର୍ଟ ଅଫ୍ ଗିଭିଂ’ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଚନ୍ଦ୍ରଶେଖରପୁର : ଆଜି ପବିତ୍ର ମକର ଉତ୍ସବ ଅବସରରେ ସାମାଜିକ ଅନୁଷ୍ଠାନ ‘କଳିଙ୍ଗ ସିନେ ଆର୍ଟସ୍’ପକ୍ଷରୁ କଆଖାଇ ନଦୀ ବନ୍ଧ ନିକଟ ମଞ୍ଚେଶ୍ବର ଇଟାଭାଟି ମୁଣ୍ଡାସାହିରେ ଅନୁଷ୍ଠିତ ହୋଇଯାଇଛି ମକର ଉତ୍ସବ ଓ ଆର୍ଟ ଅଫ୍ ଗିଭିଂ କାର୍ଯ୍ୟକ୍ରମ। ଅନୁଷ୍ଠାନର ସଭ୍ୟମାନେ ସକାଳେ ବସ୍ତିରେ ପହଞ୍ଚି ପିଲାମାନଙ୍କୁ ନଦୀ ପାଣିରେ ଗାଧୋଇଦେଇ, ନଖ ଓ କେଶ କାଟି ପରିସ୍କାର କରି ନୂଆ ପୋଷାକ ପିନ୍ଧାଇ ଦେଇଥିଲେ। ପରେ ଆଦିବାସୀଙ୍କ ଠାକୁର ମାରାମବୁରୁଙ୍କ ନିକଟରେ ମକର ଚାଉଳ ପୂଜାକରି ସମସ୍ତଙ୍କ ମଧ୍ୟରେ ପ୍ରସାଦ ଓ ଖାଦ୍ୟ ପୁଡ଼ିଆ ବାଣ୍ଟିଥିଲେ। ପରେ ଅନୁଷ୍ଠାନର ସଭ୍ୟ ସୁନିଲ ଭୋଇ ଓ ପବନ ପରିଡ଼ା ପିଲାଙ୍କୁ ଗୁଡ଼ି ପ୍ରଦାନ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରିୟାଶୀଂ ପ୍ରତ୍ୟାଶା ବସ୍ତିପାଲାମାନଙ୍କୁ ବିଭିନ୍ନ ପ୍ରକାର ପାଠ୍ୟ ଉପକରଣ ଓ କୁନିକଥା ପୁସ୍ତକ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସୁଶାନ୍ତ ଦାସ ଓ ସଭାପତି ବିଦ୍ୟାଧର ବାରିକ ସଭ୍ୟ କାଳିଚରଣ ସିଂ, ସାଗରିକା ଦାସ ଓ ମଧୁଶ୍ମିତା ବାରିକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥ‌ିଲେ। ବସ୍ତି ପିଲାମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଗୁଡ଼ି ଉତ୍ସବରେ ବଳରାମ ମାରାଣ୍ଡି ପ୍ରଥମ ଓ କୁଶ ହନହାଗା ଦ୍ବୀତିୟ ହୋଇ ଆର୍ଥୀକ ସହାୟତା ୫ଶହ ଓ ୩ଶହ ଟଙ୍କା ପୁରସ୍କାର ପାଇଥିଲେ। ଆଜି କଳିଙ୍ଗ ସିନେଆର୍ଟସ୍ ପକ୍ଷରୁ ସେବକ ସଭ୍ୟମାନେ ଗୁଣୁପୁର, ନୂଆପଡ଼ା ଓ ବଲାଙ୍ଗିର ସହ ଖୋର୍ଦ୍ଧା ବୋଲଗଡ଼ରେ ମଧ୍ୟ ମକର ଉତ୍ସବ ଓ ଆର୍ଟ ଅଫ୍ ଗିଭିଂ କାର୍ଯ୍ୟକ୍ରମ ଗରିବ ପିଲାମନଙ୍କ ସହ ପାଳନ କରିଛନ୍ତି।

loading...

Leave A Reply

Your email address will not be published.