Breaking

ଲ୍ୟାଣ୍ଡ ରୋଭର ପକ୍ଷରୁ ନୂଆ ଡିଫେଣ୍ଡର ପ୍ଲଗ୍‌-ଇନ୍ ହାଇବ୍ରିଡ୍ ପାଇଁ ବୁକିଂ ଆରମ୍ଭ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଲ୍ୟାଣ୍ଡ ରୋଭର ପକ୍ଷରୁ ଭାରତ ବଜାରରେ ନୂଆ ଡିଫେଣ୍ଡର ପ୍ଲଗ୍‌-ଇନ୍ ହାଇବ୍ରିଡ୍ ପାଇଁ ବୁକିଂ ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ନୂଆ ଡିଫେଣ୍ଡର ପି-୪୦୦-ଇରେ ଶକ୍ତିଶାଳୀ ୨.୦ଲିଟର ଫୋର୍‌-ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ୍‌, ୧୦୫ କିଲୋୱାଟ୍ କିଲୋୱାଟ୍ ଇଲେକ୍ଟ୍ରିକ୍ ମୋଟର, ପି-୪୦୦-ଇ ଯୁକ୍ତ ୨୯୭ କିଲୋୱାଟ ପାୱାର, ୬୪୦ ଏନ୍‌ଏମ୍ ଟର୍କ ଆଦି ବୈଶିଷ୍ଟ୍ୟ ରହିଛି । ଏହା ମାତ୍ର ୫.୬ ସେକେଣ୍ଡ ମଧ୍ୟରେ ଘଂଟା ପ୍ରତି ୦ରୁ୧୦୦ କିଲୋମିଟର ବେଗରେ ଗତି କରିବାଚୁ ସକ୍ଷମ । ଏହା ସର୍ବାଧିକ ବେଗ ଘଂଟାପ୍ରତି ୨୦୯ କିଲୋମିଟର ରହିଛି । ନୂଆ ଡିଫେଣ୍ଡର ପି-୪୦୦-ଇରେ ୧୯.୨ କିଲୋୱାଟ ଆୱାର ଲିଥିୟମ୍ ଆୟନ ବ୍ୟାଟେରୀ ରହିଛି । ଏହାକୁ ଘରେ ଅବା ଅଫିସରେ ୧୫-ଏ ସକେଟ କିମ୍ବା ୭.୪ କିଲୋୱାଟ୍ ଏସି ୱାଲ ବକ୍ସ୍ ଚାର୍ଜରରେ ଚାର୍ଜ କରାଯାଇ ପାରିବ ।

ନୂଆ ଡିଫେଣ୍ଡର ପ୍ଲଗ୍‌-ଇନ୍ ହାଇବ୍ରିଡ୍ ୧୧୦ ଏସ୍‌ଇ, ଏଚ୍‌ଏସ୍‌ଇ, ଏକ୍ସ-ଡାଇନାମିକ୍ ଏଚ୍‌ଏସ୍‌ଇ ଏବଂ ଏକ୍ସ ଭ୍ୟାରିଆଂଟ୍‌ରେ ଉପଲବ୍ଧ ହେବ । ଏହାର ଡେଲିଭରୀ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ କରାଯିବାର ସମ୍ଭାବନା ରହିଛି ।

ଏହି ଅବସରରେ ଜାଗୁଆର ଲ୍ୟାଣ୍ଡରୋଭର ଇଣ୍ଡିଆ ଲିଃ.ର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରି କହିଲେ, ଡିଫେଣ୍ଡର ପ୍ଲଗ୍‌-ଇନ୍ ହାଇ୍ରବିଡ୍‌ର ନୂଆ ଡିଫେଣ୍ଡର ପି-୪୦୦-ଇ ବଜାରରେ ଉପଲବ୍ଧ ହେବାକୁ ଯାଉଥିବାରୁ ଆମେ ବେଶ୍ ଆନନ୍ଦିତ । ଏହାର ଦକ୍ଷତା ଏବଂ ପ୍ରଦର୍ଶନ କ୍ଷମତା ଗ୍ରାହକଙ୍କୁ ନିଶ୍ଚିତ ପସନ୍ଦ ଆସିବ । ୨୦୨୦ ନଭେମ୍ବରରେ ଆମେ ଜାଗୁଆର ଆଇ-ପେସ୍‌ର ବୁକିଂ ଆରମ୍ଭ କରିଥିଲୁ । ଏବେ ଆମେ ଏହି ନୂତନ ଯାନର ବୁକିଂ ଆରମ୍ଭ ସମ୍ପର୍କରେ ଘୋଷଣା କରିଛୁ । ଏହା ଦ୍ୱାରା ଆମେ ଇଲେକ୍ଟ୍ରିକ୍ ଯାନ ଉପଲବ୍ଧ କରାଇବା ପ୍ରତିଶ୍ରୁତି ପୂରଣ କରିବାକୁ ସକ୍ଷମ ହୋଇଛୁ ।
ଭାରତରେ ଉପଲବ୍ଧ ହେଉଥିବା ଲ୍ୟାଣ୍ଡ୍ ରୋଭର ରେଞ୍ଜ୍ ମଧ୍ୟରେ ଡିସକଭର ସ୍ପୋର୍ଟସର ମୂଲ୍ୟ ୫୯.୯୧ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ରେଞ୍ଜ ରୋଭର ଇଭାକ୍ୟୁର ମୂଲ୍ୟ ୫୮.୬୭ ଲକ୍ଷରୁ ଆରମ୍ଭ ହେଉଛି । ସେହିପରି ରେଞ୍ଜ୍ ରୋଭର ଭେଲାର ମୂଲ୍ୟ ୭୩.୩୦ ଲକ୍ଷ ଟଙ୍କା, ନିୟୁ ଡିଫେଣ୍ଡରର ମୂଲ୍ୟ ୭୭.୩୭ ଲକ୍ଷ ଟଙ୍କା ଏବଂ ଡିସକଭର ମୂଲ୍ୟ ୭୫.୫୯ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ରେଞ୍ଜ୍ ରୋଭର ସ୍ପୋର୍ଟସ୍ ମୂଲ୍ୟ ୮୮.୨୪ ଲକ୍ଷ ଟଙ୍କା ଏବଂ ରେଞ୍ଜ ରୋଭର ମୂଲ୍ୟ ୧୯୬.୮୨ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି ।
ଜାଗୁଆର ଲ୍ୟାଣ୍ଡ ରୋଭର ଯାନ ଗୁଡିକ ଭାରତର ଅହମ୍ମଦାବାଦ୍‌, ଔରଙ୍ଗାବାଦ୍‌, ବେଙ୍ଗାଲୁରୁ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, କୋଏମ୍ବାଟୁର, ଦିଲ୍ଲୀ, ଗୁରୁଗାଓଁ, ହାଇଦ୍ରାବାଦ୍‌, ଇନ୍ଦୋର, ଜୟପୁର, କୋଲକାତା, କୋଚି, କର୍ନାଲ, ଲକ୍ଷ୍ନୌ, ଲୁଧିଆନା, ମାଙ୍ଗାଲୋର୍‌, ମୁମ୍ବାଇ, ନୋଏଡା, ପୁନେ, ରାୟପୁର, ବିଜୟୱାଡା, ସୁରାଟ ଆଦି ୨୪ଟି ସହରର ୨୭ଟି ସ୍ୱୀକୃତି ପ୍ରାପ୍ତ ଆଉଟଲେଟ୍‌ରେ ଉପଲବ୍ଧ ହେଉଛି ।

loading...

Leave A Reply

Your email address will not be published.