Breaking

ଲକ୍ଷ୍ୟ ଫାଉଣ୍ଡେସନ୍ ତରଫରୁ କୋଭିଡ଼ ଯୋଦ୍ଧାଙ୍କୁ ସମ୍ମାନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଲକ୍ଷ୍ୟ ଫାଉଣ୍ଡେସନ୍ ତରଫରୁ କୋଭିଡ଼ ଯୋଦ୍ଧାଙ୍କୁ ସମ୍ମାନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ଭୁବନେଶ୍ୱରର ୟୂନିଟ-୯ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ୪୦ ଜଣ କରୋନା ଯୋଦ୍ଧା(ସାମ୍ବାଦିକ)ଙ୍କୁ ସମ୍ମାନିତ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭୁଵନେଶ୍ଵର ମ୍ୟୁନିସପାଲିଟିର ଡେପ୍ୟୁଟି କମିଶନର ଅଂଶୁମାନ ରଥ ଓ ପୂର୍ବତନ କର୍ପୋରେଟର ଏସ. କେ ନିଜାମୁଦ୍ଦିନ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୋଦ୍ଧା ମାନଙ୍କୁ ସମ୍ମାନିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଓଡ଼ିଆ ସିନେମା ଜଗତର ପ୍ରସିଦ୍ଧ ନିର୍ଦ୍ଦେଶକ ସନ୍ତୋଷ ବିଶ୍ୱାଳ, ପ୍ରଯୋଜକ ଟିକି ପଟ୍ଟନାୟକ ଓ ଅଭିନେତା ରାକେଶ ଦେଓ ଯୋଗ ଦେଇଥିଲେ। ସମ୍ପୁର୍ଣ୍ଣ କୋଭିଡ଼ ଗାଇଡ଼ ଲାଇନ ଅନୁସରଣ କରି କରୋନା ସ୍ଥିତିର ବାର୍ତ୍ତାବାହ ବା କରୋନା ଯୋଦ୍ଧଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ। ଆଜିର କରୋନା କାଳରେ ନିଜ ଜୀବନକୁ ବାଜି ଲଗାଇ ଅକ୍ଲାନ୍ତ ପରିଶ୍ରମ କରି ଯେଉଁ ସାମ୍ବାଦିକଟିଏ ଲୋକଙ୍କ ନିକଟରେ ସଚେତନ ଓ ସତ୍ୟ ଖବର ପହଞ୍ଚାଉଛି ସେମାନଙ୍କୁ ସମ୍ମାନିତ କରି ଲକ୍ଷ୍ୟ ଫାଉଣ୍ଡେସନର ଗୋୖରବାନ୍ବିତ ମନେ କରୁଛି ବୋଲି ଲକ୍ଷ୍ୟର ସଭାପତି କହିଛନ୍ତି।

loading...

Leave A Reply

Your email address will not be published.