ଭୁବନେଶ୍ୱର:କେରଳରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି । ବର୍ଷାର ତାଣ୍ଡବ ସହିତ ବନ୍ୟାର ବିତ୍ପାତରେ ଦୁର୍ବିସହ ହୋଇପଡ଼ିଛି କେରଳବାସୀଙ୍କ ଜୀବନ । ପ୍ରଳୟଙ୍କାରୀ ବନ୍ୟାରେ ୭୦ରୁ ଉର୍ଦ୍ଧ୍ୱ ଲୋକଙ୍କ ପ୍ରାଣ ଯାଇ ସାରିଥିବାବେଳେ ହଜାର ହଜାର ଲୋକ ବାସହରା ହୋଇପଡ଼ିଛନ୍ତି ।ଗତକାଲିଠାରୁ ଆସନ୍ତା ଶନିବାର ପର୍ଯ୍ୟନ୍ତ କୋଟି ବିମାନ ବନ୍ଦରକୁ ବନ୍ଦ ରଖାଯାଇଛି । ଏହାସହ ଆଜି ସକାଳୁ ହିଁ କୋଚି ମେଟ୍ରୋ ସେବା ବନ୍ଦ ରଖିଛି ସ୍ତାନୀୟ ପ୍ରଶାସନ । ଏର୍ଣ୍ଣାକୁଲମରେ ଆଜି ସକାଳୁ ପ୍ରବଳ ବର୍ଷା ଲାଗି ରହିଛି ।ଏଭଳି ସ୍ଥିତିରେ କେରଳରେ ବନ୍ୟା ପୀଡିତଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହାୟତା ରାଶି ଘୋଷଣା । ସେଠାକାର ଜନସାଧାରଣ ପାଇଁ ନବୀନ ୫କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିବା ସୂଚନା ମିଳିଛି । ସାରା ଭାରତରୁ କେରଳ ଲାଗି ସହାୟତା ଦିଆଯାଉଥିବା ସୂଚନା ମିଳିଛି ।
Breaking
ୟୁନେସ୍କୋ ଏବଂ ଆଇ.ଆଇ.ଏମ୍.ଟି. ମିଳିତ ସହଯୋଗରେ ଆଲୋଚନା ଚକ୍ରରେଡ଼୍ ସ୍ୱସ୍ତିକ୍ ପକ୍ଷରୁ ୧୫ ଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ବଣ୍ଟନଆଚାର୍ଯ୍ୟ ହରିହର କନିଷ୍ଠ ମହାବିଦ୍ୟାଳୟ ଏବଂ ଆଇ.ଆଇ.ଏମ୍.ଟିର ମିଳିତ ଆନୁକୁଲ୍ୟରେ ଆଲୋଚନା ଚକ୍ରଆର ଆଇ ଇଟି ଆନ୍ତର୍ଜାତୀୟ ବିଦ୍ୟାଳୟରେ ଜ୍ଞାନ ବିଜ୍ଞାନ ମେଳାExxonMobil elevates India’s motorsports scene by powering first F4 Championship and Season 2 of Indian Racing League