Breaking

ପାନୀୟ ଜଳ ପ୍ରକଳ୍ପକୁ ବିରୋଧ। ସ୍ପଷ୍ଟୀକରଣ ରଖିଲା କମ୍ପାନୀ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ରାଜ୍ୟ ସରକାରଙ୍କ ବିଶୁଦ୍ଧ ପାନୀୟଜଳ ଯୋଜନାରେ ଘରେ ଘରେ ସ୍ୱଚ୍ଛ ପିଇବା ପାଣି ପହଞ୍ଚାଇବା ପାଇଁ ବିଭିନ୍ନ ଜିଲ୍ଲାରେ ପ୍ରକଳ୍ପ କାର୍ଯ୍ୟ ଚାଲୁରହିଛି । ଏହି କ୍ରମରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକ ତିହିଡି,ବାସୁଦେବପୁର, ଧାନନଗର ଓ ଚାନ୍ଦବାଲିର ପ୍ରାୟ ୧୨ଲକ୍ଷ ଜନସାଧାରଣ ଉପକୃତ ହେବେ । ମେଗା ଇଞ୍ଜିନିୟରିଂ ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକ୍‌ଚର କମ୍ପାନୀ ପକ୍ଷରୁ ଦୃତ ଗତିରେ କାମ ଚାଲୁ ରହିଥିବା ବେଳେ ଏହାକୁ ଖରସ୍ରୋତା ବଞ୍ଚାଓ ସମିତି ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହିତ ବିରୋଧ କରାଯାଇଛି । କିଛି ଅଘଟଣ ଘଟିବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଏନେଇ କମ୍ପାନୀ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସ୍ପଷ୍ଟିକରଣ ଦିଆଯାଇଛି । କମ୍ପାନୀର ମୁଖ୍ୟ ପରିଚାଳନା ଅଧିକାରୀ ସିଏସ୍ ରାଜୁ କହିଛନ୍ତି ବିରୋଧିମାନେ ପ୍ରକଳ୍ପକୁ ଠିକ୍ ଭାବରେ ନବୁଝି ପାରି ଅପପ୍ରଚାର କରୁଛନ୍ତି । ସରକାରଙ୍କ ସବୁ ଘରକୁ ବିଶୁଦ୍ଧ ପାଣି ଯୋଜନାରେ ଏହା କାର୍ଯ୍ୟକାରି କରାଯାଇଛି । ଏଥିରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ପ୍ରାୟ ୧୨ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଉପକୃତ ହେବା ସହିତ ଘର ଦୁଆର ମୁହଁରେ ବିଶୁଦ୍ଧ ପାଣି ପାଇପାରିବେ । ଏହା ସହିତ କେନ୍ଦ୍ରାପଡା ଜିଲ୍ଲାର ତିନୋଟି ଗ୍ରାମ ପାୟତର ଜନ ସାଧାରଣ ମଧ୍ୟ ଉପକୃତ ହେବେ । ଗୋଟିଏ ଦାୟିତ୍ୱବାନ କମ୍ପାନୀ ହିସାବରେ ସଠିକ୍ ସମୟରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରି ଲୋକଙ୍କୁ ପାଣି ଯୋଗାଇ ଦେବାକୁ ଚାହୁଁଛୁ । ସମୁଦ୍ରକୁ ବହିଯାଉଥିବା ୮୦ ଭାଗ ଜଳରୁ ମାତ୍ର ୨ ଦଶମିକ ୫ଭାଗ ଜଳ ବ୍ୟବହାର ହୋଇ ୧୨ଲକ୍ଷ ଲୋକ ଉପକୃତ ହେବେ । ବିରୋଧୀମାନେ ବିଭିନ୍ନ କଥା କହି ଲୋକମାନଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ରାଜୁ କହିଛନ୍ତି । ପ୍ରୋଜେକ୍ଟ ୱାଟର ପରିସରରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରୋଜେକ୍ଟ ମ୍ୟାନେଜର ହୁସେନ୍ ବାସା, ମୁଖ୍ୟ ଯନ୍ତ୍ରୀ ଦୀପକ କୁମାର ପାଣିଗ୍ରାହୀଙ୍କ ସହିତ ଅଭିଜିତ୍ ମିଶ୍ର, ଶିବ ପ୍ରସାଦ ବିଶ୍ୱାଳ ଓ ଭେଙ୍କଟ ରମଣା ପ୍ରମୁଖ ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.