Breaking

ଆୱାର୍ଡ ପକ୍ଷରୁ ଚାଷୀ ମାନଙ୍କୁ କଳାଧାନ ବିହନ ବଣ୍ଟନ

0

ଓଡିଶା ନ୍ୟୁଜ ଟୁଡ଼େ ବ୍ୟୁରୋ:

ବିଜ୍ଞାନ ଭିର୍ତ୍ତିକ ପ୍ରମାଣ ସିଦ୍ଧ ସ୍ୱାସ୍ଥ୍ୟରେ ହିତକ ଜନକ କଳଧାନ ଚାଉଳରେ ପୃଷ୍ଟି ସାର ଭରିରହିଥିବା ଯୋଗୁଁ ବର୍ତ୍ତମାନର କରୋନା କାଳରେ କନ୍ଧମାଳ ଜିଲ୍ଲା ବାଲିଗୁଡାସ୍ଥିତ ‘ ଆୱାର୍ଡ ‘ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ନିଆରା ପଦକ୍ଷେପ ଗ୍ରହଣ କରି ଚଳିତ ଖରିଫ ଋତୁରେ ଏହି କଳା ଧାନ ଚାଷ ର ବହୁଳ ପ୍ରସାର ନିମନ୍ତେ ପ୍ରଥମ ଥର ନିମନ୍ତେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର ତର୍ଗାବାଲି ଅଞ୍ଚଳର ଚାଷୀମାନଙ୍କୁ ମାଗଣାରେ ଅନୁଷ୍ଠାନର କ୍ଷେତ୍ରୀୟ ପ୍ରକଳ୍ପ ଅଧିକାରୀ ଆନ୍ଦ୍ରିୟ ଦିଗାଲ ଙ୍କ ନେତୃତ୍ୱରେ ଏହି କଳାଧାନ ବିହନ ବଣ୍ଟନ କରାଯାଇଛି l ଆୱାର୍ଡ ଅନୁଷ୍ଠାନର ଏଭଳି ନିଆରା ଉଦ୍ୟମକୁ ଜିଲ୍ଲାର ବହୁ ସମାଜସେବୀ ପ୍ରଶଂସା କରିବା ସହ ସ୍ୱାଗତ ଜଣାଇଛନ୍ତି l ଏହି ଚାଷର ସମ୍ପ୍ରସାରଣ କରିବା ପ୍ରୟାସକୁ କନ୍ଧମାଳ ଜିଲ୍ଲାର ଚାଷୀ ମାନଙ୍କ ନିମନ୍ତେ ଅଶେଷ ଲାଭ ତଥା ପ୍ରେରଣା ଆଣିଦେବ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି l

loading...

Leave A Reply

Your email address will not be published.