Breaking

ଦୁର୍ଗମ ଅଞ୍ଚଳରେ ରାସନ ସାମଗ୍ରୀ ବଣ୍ଟନ କଲେ ଓୟୁଜେ ଗଣମାଧ୍ୟମ ପ୍ରତିନିଧି

0

ଓଡିଶା ନ୍ୟୁଜ ଟୁଡ଼େ ବ୍ୟୁରୋ :

କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକରେ କାର୍ଯ୍ୟରତ ଓୟୁଜେ ସଂଘ ଗଣମାଧ୍ୟମ ପ୍ରତିନିଧି ମାନେ ରବିବାର ଖଜୁରୀପଡା ବ୍ଲକର ଅପହଞ୍ଚ ଇଲାକା କୁନ୍ଦା, ଦାରେଜୁ,ମୁଣ୍ଡାବ୍ରଡି ଆଦି ଗ୍ରାମକୁ ଯାଇ ସେଠାରେ ବସବାସ କରୁଥିବା ୬୨ ପରିବାରଙ୍କୁ ରାସନ ସାମଗ୍ରୀ ସହ ସାବୁନ, ମାସ୍କ, ସାନିଟାଇଜର ଆଦି ବଣ୍ଟନ କରିଛନ୍ତି।ସେହିଭଳି ସୋମବାର ଦିନ ମଧ୍ଯ ଖଜୁରୀପଡାରେ କିଛି ଗରୀବ ପରିବାର ସହ କିଛି ଶ୍ରମିକମାନଙ୍କୁ ମଧ୍ଯ ରାସନ ସାମଗ୍ରୀ, ମାସ୍କ ସାନିଟାଇଜର ସାବୁନ ଆଦି ବଣ୍ଟନ କରାଯିବ ବୋଲି ଗଣମାଧ୍ୟମ ପ୍ରତିନିଧି ମାନେ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବର୍ତ୍ତମାନ କୋଭିଡ ମହାମାରୀ ସମୟରେ ଦୁର୍ଗମ ଅଞ୍ଚଳରେ ରହିଥିବା ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ରାସନ ସାମଗ୍ରୀ ବଣ୍ଟନ ସହ ସଚେତନତା କରିବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ପ୍ରଥମ ଥର ପାଇଁ ଖଜୁରୀପଡା ବ୍ଲକ ଓୟୁଜେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଦ୍ୱାରା ରାସନ ସାମଗ୍ରୀ ଏବଂ ମାସ୍କ ସାନିଟାଇଜର ସାବୁନ ଆଦି ଗ୍ରହଣ କରି ସମସ୍ତେ ଖୁସିବ୍ୟକ୍ତ କରିଥିଲେ।ଏହି ଦୁର୍ଗମ ଅଞ୍ଚଳକୁ ଯାତାୟତ ପାଇଁ କୌଣସି ସ୍ଥାୟୀ ରାସ୍ତା ନଥିବା ବେଳେ ସେସବୁ ଅଞ୍ଚଳର ଜନସାଧାରଣଙ୍କ ସରକାରୀ ସହାୟତା ନେବାକୁ ହେଉ କିମ୍ବା କୌଣସି କାର୍ଯ୍ୟ ରେ ଖଜୁରୀପଡା ଆସିବାକୁ ବହୁକଷ୍ଟ ସ୍ୱୀକାର କରୁଥିବା ନେଇ ଅନେକ ସମୟରେ ଖବର ପ୍ରକାଶ ପାଉଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ଯ ବହୁବାର ସେଠାକାର ଜନସାଧାରଣଙ୍କ ସମସ୍ୟା ପ୍ରତି ଜଡିତ ରହିଆସିଛନ୍ତି। ସେଥିପାଇଁ ସେହି ଅଞ୍ଚଳର ଜନସାଧାରଣଙ୍କ ପାଇଁ ଆଜି ଏହି ମହତ୍ବପୂର୍ଣ୍ଣ କାର୍ଯ୍ୟ ଉକ୍ତ ଅଞ୍ଚଳରେ କରାଯାଇଥିବା ବେଳେ ଏଥିରେ ମୁଖ୍ଯ ଅତିଥି ଭାବେ ଖଜୁରୀପଡା ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ଯୋଗଦାନ କରି ଏହାର ଶୁଭାରମ୍ଭ କରିଥିଲେ। ସେହିଭଳି ସମ୍ମାନୀତ ଅତିଥି ଭାବେ ଖଜୁରୀପଡା ରାଜସ୍ବ ନିରୀକ୍ଷକ ଶ୍ରୀ ଅମିୟ ଭୂଷଣ ରାମ, ଖଜୁରୀପଡା ଲ୍ୟାମ୍ପସ ପରିଚାଳନା ନିର୍ଦେଶକ କୃପାସିନ୍ଧୁ ସାହୁଙ୍କ ସହ କୁନ୍ଦା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଭାତ କୁମାର ପ୍ରଧାନ ଏବଂ ସ୍ୱେଚ୍ଛାସେବୀ ଭାବେ ପ୍ରମୋଦ କୁମାର ମଲିକ,ମୀନାକ୍ଷୀ ସାହାଣୀ ପ୍ରମୁଖ ଉପସ୍ଥିତ ରହି ସାମଗ୍ରୀ ବଣ୍ଟନ ରେ ସହଯୋଗ କରିଥିଲେ।ଖଜୁରୀପଡା ବ୍ଲକର କାର୍ଯ୍ୟରତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହଯୋଗ ରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିବା ସମସ୍ତ ଅତିଥି ଙ୍କ ସହ ସାମଗ୍ରୀ ଗ୍ରହଣ କରିଥିବା ସମସ୍ତ ପରିବାର ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଏଭଳି ମହତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ଧନ୍ଯବାଦ ଅର୍ପଣ କରିଥିଲେ।ସେହିଭଳି ଖଜୁରୀପଡା ବ୍ଲକ ଓୟୁଜେ ସାମ୍ବାଦିକମାନଙ୍କ ତରଫରୁ ହୋଇଥିବା କାର୍ଯ୍ୟକ୍ରମକୁ କନ୍ଧମାଳ ଜିଲ୍ଲା ଓୟୁଜେ ସଂଘ ସଭାପତି ପ୍ରଶାନ୍ତ କୁମାର ବେହେରା ଧନ୍ଯବାଦ ଦେଇଛନ୍ତି l

loading...

Leave A Reply

Your email address will not be published.