Breaking

କଳିଙ୍ଗ ସୁନ୍ଦରୀ ଆୱାର୍ଡ଼ସ୍ ୨୦୨୨

“ଆଇ ୱିମେନ୍ ସବ୍‌ଷ୍ଟାନ୍ସ ଆୱାର୍ଡ଼ସ୍ ୨୦୨୨” ସମ୍ମାନରେ ସମ୍ମାନିତ ହେଲେ ୨୮ ଜଣ ପ୍ରେରଣାଦାୟୀ ମହିଳା

0

କଳିଙ୍ଗ ଗୌରବ ସମ୍ମାନ ଏକ ରାଜ୍ୟସ୍ତରୀୟ ସମ୍ମାନ ୨୦୧୬ ମସହାରେ କଳାର ବିକାଶ ତଥା କଳାର ସାମ୍ରାଜ୍ୟକୁ ପରିବ୍ୟାପ୍ତ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିଲା । ଭାରତ ତଥା ଓଡ଼ିଶାର ଐତିହ୍ୟ ପରମ୍ପରା ଓ ସଂସ୍କୃତିକୁ ରୂପାନ୍ତରିତ କରିବା ଉଦ୍ଦେଶ୍ୟରେ ଟିମ୍ କଳିଙ୍ଗ ଗୌରବ ପକ୍ଷରୁ କଳିଙ୍ଗ ସୁନ୍ଦରୀର ପରିକଳ୍ପନା କରାଯାଇଥିଲା । ଇତି ମଧ୍ୟରେ କଳିଙ୍ଗ ସୁନ୍ଦରୀର ଷଷ୍ଠ ସଂସ୍କରଣ ଓଡ଼ିଶୀ ରିସର୍ଚ ସେଣ୍ଟରଠାରେ ଏକ ଭବ୍ୟ ସମାରୋହରେ ବହୁ ମାନ୍ୟଗଣ୍ୟ ଅତିଥିଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ମାନ୍ୟବର ମେୟର ଶ୍ରୀମତୀ ସୁଲୋଚନା ଦାସ, ଶ୍ରୀ ଦିଲ୍ଲୀପ ରାଉତରାୟ (ଆଇ.ଏ.ଏସ୍‌), ଶ୍ରୀ ରୁଦ୍ରପ୍ରତାପ ମହାରଥି (ବିଧାୟକ, ପିପିଲି), ଡ଼ଃ. ପ୍ରଫେସର୍ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି (ଉପକୂଳପତି ଖଲିକୋଟ ବିଶ୍ୱବିଦ୍ୟାଳୟ, ଗଞ୍ଜାମ), ଶ୍ରୀ ଦିଲ୍ଲୀପ ମହାନ୍ତି (ମୁଖ୍ୟ ଲୋକସମ୍ପର୍କ ଅଧିକାରୀ, ଜେସ୍‌ୱାଲ୍ ନେକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼), ଶ୍ରୀ ସୁନୀଲ୍ ମୁରାରକା (ମୁଖ୍ୟ ନିର୍ଦ୍ଦେଶକ, ମୁରାରିକା ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିସ୍‌), ଶ୍ରୀ ନିଶିକାନ୍ତ ମିଶ୍ର (ଏମ୍‌ଡି, ଟମ୍ ଆଡ଼୍‌ମାର୍କ), ଡ଼ଃ ବଦ୍ରି ପଟ୍ଟନାୟକ (ଚେୟାରମ୍ୟାନ୍ ଜାଭିଅର୍ ଗ୍ରୁପ୍ ଅଫ୍ ସ୍କୁଲ୍‌ସ୍‌), ବିନୋଦ କୁମାର ପଣ୍ଡା (ଅବସରପ୍ରାପ୍ତ ଓ.ଏ.ଏସ୍‌), ଡ଼ଃ ଚିଦାତ୍ମିକା ଖଟୁଆ (ସେକ୍ରେଟେରୀ ଜେନେରାଲ୍‌) ପ୍ରମୁଖ ଯୋଗଦାନ କରିଥିଲେ । କଳିଙ୍ଗ ସୁନ୍ଦରୀ ପ୍ରତିଯୋଗୀତାର ଲୋକପ୍ରିୟତାକୁ ଆଧାର କରି ବର୍ତ୍ତମାନ ଏହା ରାଜ୍ୟ ସ୍ତରରୁ ରାଷ୍ଟ୍ରୀୟ ସ୍ତର ପର୍ଯ୍ୟନ୍ତ ପହଞ୍ଚିବା ସହ ଦେଶ ବିଦେଶରେ ମଧ୍ୟ ଆଦୃତ ହୋଇପାରିଛି । କରୋନା ମହାମାରୀ କାରଣରୁ କଳିଙ୍ଗ ସୁନ୍ଦରୀର ଅଡ଼ିସନ୍ ଭର୍ଚୁଆଲ୍ ମାଧ୍ୟମରେ କରାଯାଇଥିଲା ଯେଉଁଥିରେ ୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ତନ୍ମଧ୍ୟରୁ ଶେଷ ପର୍ଯାୟକୁ ଉର୍ତ୍ତୀର୍ଣ୍ଣ ହୋଇଥିବା ୨୦ଜଣ ପ୍ରତିଯୋଗୀ ମଧ୍ୟରୁ ମିସ୍ ଏବଂ ମିସେସ୍ କଳିଙ୍ଗ ସୁନ୍ଦରୀ ଚୟନ କରାଯାଇଥିଲା । ଏହା ସହ ମହିଳାମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହିଳାମାନଙ୍କୁ ୨୮ଟି ଶ୍ରେଣୀରେ “ଆଇ ୱିମେନ୍ ସବ୍‌ଷ୍ଟାନ୍ସ ଆୱାର୍ଡ଼ସ୍ ୨୦୨୨” ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଦି ରାଣିର ସ୍ୱତନ୍ତ୍ର ସଂସ୍କରଣ ଉନ୍ମୋଚନ କରାଯାଇଥିଲା । ଏହି ସମାରୋହରେ ଟିମ୍ କଳିଙ୍ଗ ଆୱାର୍ଡ଼ସ୍‌ର ପ୍ରଭାତ ପୃଷ୍ଟି, ସ୍ମିତା କାନୁନଗୋ, ଡ଼ଃ ରଜନୀକାନ୍ତ ମିଶ୍ର, ନରୋତ୍ତମ ମହାନ୍ତି ଓ ଅନନ୍ୟ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ । ଡ଼ଃ ଚିଦାତ୍ମିକା ଖଟୁଆ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

loading...

Leave A Reply

Your email address will not be published.