Breaking

‘କଳିଙ୍ଗ ସିନେଆର୍ଟସ୍’ ପକ୍ଷରୁ ଧଉଳି ସରଦେଇପୁରରେ ‘ଆର୍ଟ ଅଫ୍ ଗିଭିଂ’ କାର୍ଯ୍ୟକ୍ରମ

0

ଭୁବନେଶ୍ବର : ଆଜି ଭୁବନେଶ୍ବର ବ୍ଲକ୍ ଧଉଳି ନିକଟ ସରଦେଇପୁର ଗ୍ରାମ ହରିଜନ ସାହିରେ ‘କଳିଙ୍ଗ ସିନେଆର୍ଟସ୍’ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ୬୧ ତମ ‘ଆର୍ଟ ଅଫ୍ ଗିଭିଂ’ କାର୍ଯ୍ୟକ୍ରମ। ଗ୍ରାମର ମହିଳା ସେବିକା ରଶ୍ମିତା ବେହେରାଙ୍କ ସହଯୋଗରେ ପ୍ରାୟ ୧ଶହ କୁନିପିଲା ଗ୍ରାମ ଭାଗବତ ଟୁଙ୍ଗି ନିକଟରେ ଏକାଠି ହୋଇ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ପିଳାମାନଙ୍କୁ ଶୃଙ୍ଖଳିତ ହେବା ଓ ଅଭିଭାବକମାନଙ୍କ ଉପଦେଶମାନେ ଭଲ ମଣିଷ ହେବାନେଇ ପ୍ରେରଣା ଦିଆଯାଇଥିଲା। ଏହା ବ୍ୟତିତ ପିଲାଙ୍କୁ ପରିସ୍କାର ଓ ନିରୋଗୀ ହେବାପାଇଁ ଉପାୟମାନ ଶିକ୍ଷାଦିଆଯାଇଥି‌ଲା।

ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରିୟାଶିଂ ପ୍ରତ୍ୟାସା ସଭାପତି ସୁଶାନ୍ତ ଦାସ, ସଂପାଦକ ବିଦ୍ୟାଧର ବାରିକ, ସହଯୋଗୀ ମଦନ ମୋହନ ବିଶ୍ବାଳ, ସଂଗ୍ରାମ ଦାସ, ସୁସିଲ୍ ଭୋଇ ଓ ଓମଙ୍କାର ପିଲାମଙ୍କ ମଧ୍ୟରେ ପାଠ୍ୟ ପୁସ୍ତକ ଓ ପାଠ୍ୟ ଉପକରଣ ସହ ଖାଦ୍ୟା ଓ ଚକୋଲେଟ୍ ବଣ୍ଟନ କରିଥିଲେ। ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କୁ ଆଧ୍ୟାତ୍ମିକ ପ୍ରରଣାଦାୟୀ ଶିକ୍ଷା ପ୍ରଦାନକରିବା ଲକ୍ଷରେ କଳିଙ୍ଗ ସିନେ ଆର୍ଟସ୍’ ରାଜ୍ୟର ପ୍ରତିଟି ଗ୍ରାମାଞ୍ଚଳରେ ଏପରି କାର୍ଯ୍ୟକ୍ରମ କରିଆସୁଅଛି। ଯାହାର ସଭ୍ୟମାନେ ନିଜ ଜନ୍ମଦିନକୁ ଆର୍ଟ ଅଫ୍ ଗିଭିଂ ଦିବସ ଭାବେ ଗରିବ ପିଲାଙ୍କ ସହ ମିଶି ରାଜ୍ୟର ବିଭିନ୍ନ କୋଣରେ ଦାନ ଧର୍ମ କାର୍ଯ୍ୟ କରିଥାନ୍ତି। ସୂଚନା ଥାଉକି ଆର୍ଟ ଅଫ୍ ଗିଭିଂ’ର ପ୍ରତିଷ୍ଠାତା ଓ ପ୍ରେରଣା ଦାତା ଅଚ୍ୟୁତ ସାମନ୍ତଙ୍କ ଠାରୁ ପ୍ରେରଣା ପାଇ କଳିଙ୍ଗ ସିନେଆର୍ଟସ୍’ର ସଭ୍ୟମାନେ ପ୍ରତି ମାସରେ ରାଜ୍ୟର ବିଭିନ୍ନ ଜିଲ୍ଲା ବୁଲି ଏପରି ସେବା କାର୍ଯ୍ୟକୁ ପ୍ରେତ୍ସାହନ ଦେଇଆସୁଛନ୍ତି।

loading...

Leave A Reply

Your email address will not be published.