Breaking

ରକ୍ତ ଅଭାବ ଦୂର କରିବ’ ଜୀବନ ବିନ୍ଦୁ’

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

“ଓଡିଶା ମୋ ପରିବାର, ଜୀବନ ବିନ୍ଦୁ” ତରଫରୁ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ଭୁବନେଶ୍ୱର ଉତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭରତପୁର ଠାରେ ଉଦଘାଟନ ହୋଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ଓଡ଼ିଶା ମୋ ପରିବାର ,ଜୀବନ ବିନ୍ଦୁର ଆବାହକ ଶ୍ରୀ ଅରୂପ ପଟ୍ଟନାୟକ, ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ସୁବାସ ପାତ୍ର, ଓ ନିର୍ବାଚନ ମଣ୍ଡଳୀ ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, ଏକାମ୍ର ସଂଯୋଜକ ଶ୍ରୀ ଅଶ୍ଵିନୀ ସୁନ୍ଦରାୟ, ଓ ବିଜେଡି ଦଳର ଅନେକ ପୂର୍ବତନ କର୍ପୋରେଟର ଅମରେଶ ଜେନା, ସମୀର ପ୍ରଧାନ, ମଣ୍ଟୁ ନନ୍ଦ, ଭାରତୀ ସିଂ, ମାନସୀ ସୁନ୍ଦରାୟ, ମିହିର ରାଉତ , ହରେକୃଷ୍ଣ ନାୟକ, ଜିଲ୍ଲା ପରିଷଦ ସଭ୍ୟ କୁନାଲ ରାଉତ, ଯୁବ ବିଜେଡି ନେତା କିଶୋର ସ୍ବାଇଁ, ଲୋକେଶ କୁମାର, ଅକ୍ଷୟ ସ୍ବାଇଁ, ବାଣୀ କଲ୍ୟାଣ, ସୌମ୍ୟ ରଞ୍ଜନ ପ୍ରଧାନ, ଯୋଗଦାନ କରିଥିଲେ ଓ ସ୍ଥାନୀୟ ବିଜେଡି ନେତା ସୁଲେଖ ରଥ ,ଆଲୋକ କୁମାର ପାଣିଗ୍ରାହୀ, ଦିଲେଶ୍ କୁମାର ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ ଓ ୪0 ୟୁନୀଟ ରକ୍ତ ସଂଗ୍ରହ କରାଗଲା। ସମସ୍ତ ରକ୍ତଦାତାମାନଙ୍କୁ “ଓଡ଼ିଶା ମୋ ପରିବାର” ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

loading...

Leave A Reply

Your email address will not be published.