Breaking

୪୪୩ଦିନରେ ପହଁଚିଲା କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ମହାମାରୀ କରୋନାକୁ ପରାହତ କରିବା ସହିତ ଅନ୍ୟର ଜୀବନ ବଞ୍ଚାଇବା ଓ ଅନ୍ୟର ଦୁଃଖରେ ସାମିଲହୋଇ ଅସହାୟର ମୁହଁରେ ହସ ଫୁଟାଇବାର ପ୍ରୟାସନେଇ ବିଭିନ୍ନ ସମୟରେ ଲୋକମାନଙ୍କ ପାଖରେ ପହଁଚି ସେମାନଙ୍କ ସୁଖ ଦୁଃଖର ସାଥି ହେଉଥିବା ଓଡ଼ିଶା ରାଜ୍ୟର ଯାଜପୁର ଜିଲ୍ଲା ଅନ୍ତର୍ଗତ ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ୱାରା ପରିଚାଳିତ ଡ଼ଲଫିନ ଡ଼୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ଗତ ମାର୍ଚ୍ଚ ୨୨ତାରିଖ ୨୦୨୦ମସିହାରୁ ନିରସ୍ତ୍ର ସୈନିକ ସାଜି ନିରବଛିନ୍ନ ଭାବରେ ଆଜକୁ ୪୧୩ଦିନଧରି ସଚେତନତା ଓ ସେବା ଯୋଗାଇ ଆସିଥିବାର ଜଣାଯାଇଛି।ଫାଉଣ୍ଡେସନଦ୍ୱାରା ପରିଚାଳିତ ଦେଶର ବିଭିନ୍ନ ଶାଖା ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଚାଲିଥିବାବେଳେ ଆଜି ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ପରାମର୍ଶକ୍ରମେ ଫାଉଣ୍ଡେସନର ଅନ୍ୟତମ ସଦସ୍ୟା ତଥା ବର୍ଷିୟାନ ସମାଜସେବୀ ଶ୍ରୀମତୀ ମଧୁସ୍ମିତା ନାୟକଙ୍କ ନେତୃତ୍ୱରେ ଯାଜପୁର ଜିଲ୍ଲା ଦଶରଥପୁର ଓ ବିଞ୍ଝାରପୁର ବ୍ଲକର ସାନକୁଆଁଲ,ଚାରିବାଟିଆ,କେନ୍ଦୁଆକୁଳ,କୁସୁନିପୁର ଆଦି ବିଭିନ୍ନ ସ୍ଥାନ ମାନଙ୍କରେ ସାଧାରଣ ଜନତାଙ୍କୁ କରୋନା ସମ୍ପର୍କରେ ସଚେତନ କରିବାସହ ଗରିବ ଅସହାୟ ଲୋକମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ, ମାକ୍ସ,ସାବୁନ, ସାନିଟାଇଜର,ଓ.ଆର.ଏସ,ଶାଢ଼ୀ, ବସ୍ତ୍ର ,ବିସ୍କୁଟ ଆଦି ବଣ୍ଟନସହ ଆର୍ଥିକ ଅନଗ୍ରସର ବ୍ୟକ୍ତିମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଅଛି।ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଅନ୍ୟତମ ପ୍ରକଳ୍ପ ଡ଼ଲଫିନ ଡ଼୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର, ରାଜକମଲ ପଣ୍ଡା, ଆଦି ସହଯୋଗ କରୁଥିବାର ଜାଣିବାକୁ ମିଳିଛି।ଏହି କାର୍ଯ୍ୟକ୍ରମ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିରବଛିନ୍ନ ଭାବରେ ଚାଲୁ ରହିବ ବୋଲି ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି।

loading...

Leave A Reply

Your email address will not be published.