Breaking

ଭାରତର ପ୍ରଥମ ମହିଳା ବିଜ୍‌ନେସ୍ ମେଳା ୨୦୨୨ ଉଦ୍‌ଘାଟିତ”

0

ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 ଯୋଗଦେଲେ ବଲିଉଡ଼୍ ଅଭିନେତ୍ରୀ ଲାରା ଦତ୍ତ

 ୧୦୦ ରୁ ଉର୍ଦ୍ଧ୍ୱ ମହିଳା ଉଦ୍ୟୋଗୀଙ୍କ ରହିଛି ଷ୍ଟଲ

ଇଣ୍ଡିଆନ ଚାମ୍ବର ଅଫ କମର୍ସର ୱିମେନ ଏଣ୍ଟରପ୍ରିନ୍ୟୁରସିପ୍ କାଉନ୍‌ସିଲ୍ ଦ୍ୱାରା ଆୟୋଜିତ ଭାରତର ପ୍ରଥମ ମହିଳା ବ୍ୟବସାୟ ମେଳା ସ୍ଥାନୀୟ ଜନତା ମଇଦାନଠାରେ ଆରମ୍ଭ ହୋଇଛି । ଏହି ମେଳାକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତିି । ଉଦ୍‌ଘାଟନ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଇ.ଡ଼ବ୍ଲ୍ୟୁ.ଇ.ସି ନିଜର ୧୦୦+ସଦସ୍ୟ ମାଇଲଖୁଣ୍ଟ ଅତିକ୍ରମ କରିବା ନେଇ ସାଧୁବାଦ ଜଣାଇଥିଲେ । ଉକ୍ତ ଉତ୍ସବରେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ ସାହୁ, ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ସଭାପତି ଶ୍ରୀଯୁକ୍ତ ପ୍ରଦୀପ ସୁରେଖା, ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ଅଧ୍ୟକ୍ଷ ଶ୍ରୀଯୁକ୍ତ ଜେ.ବି ପାଣି, ଇଣ୍ଡିଆନ ଚାମ୍ବର ଅଫ କମର୍ସ-ଓଡ଼ିଶାର ସହ-ଅଧ୍ୟକ୍ଷ ଶ୍ରୀଯୁକ୍ତ ଏମ୍‌.କେ ଗୁପ୍ତା, ଇଣ୍ଡିଆନ ଚାମ୍ବର ଅଫ କମର୍ସ ୱିମେନ୍ ଏଣ୍ଟରପ୍ରିନ୍ୟୁୟରସିପ୍ କାଉନସିଲ୍‌ର ଉଦ୍ୟୋକ୍ତା ସୁକିର୍ତ୍ତି ପଟ୍ଟନାୟକ ଏବଂ ଉପ-ଉଦ୍ୟୋକ୍ତା ତନୟା ପଟ୍ଟନାୟକଙ୍କ ସହ ବଲିଉଡ଼୍ ଅଭିନେତ୍ରୀ ଲାରା ଦତ୍ତ ପ୍ରମୁଖ ଉପସ୍ଥିତ ରହି ଉତ୍ସବରେ ଶୋଭା ବର୍ଦ୍ଧନ କରିଥିଲେ । ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ ସାହୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସହଯୋଗ କରିବା ସହ ଓଡ଼ିଶା ସରକାରଙ୍କ ନାନା ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ । ସୁକୀର୍ତ୍ତୀ ପଟ୍ଟନାୟକ ଆଇ.ଡ଼ବ୍ଲୁ.ଇ.ସି ଓଡ଼ିଶା ପରି ଆଇ.ଡ଼ବ୍ଲୁ.ଇ.ସି ର ଜାତୀୟ ଅନୁଷ୍ଠାନ ପ୍ରତିଷ୍ଠା ନେଇ ଖୁସି ବ୍ୟକ୍ତ କରିଥିଲେ । ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପଥ ପ୍ରଦର୍ଶନ ତଥା ସଂସ୍ଥାର ଉତ୍ତୋରତ୍ତର ଉନ୍ନତି ପାଇଁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଓଡ଼ିଶା ମହିଳା ଉଦ୍ୟୋଗୀମାନେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ ବୋଲି ଆଶା ପ୍ରକାଶ କରିଥିଲେ । ଆଇ.ସି.ସି ଅଧ୍ୟକ୍ଷ ଶ୍ରୀଯୁକ୍ତ ଜେ ବି ପାଣି ମହିଳା ଉଦ୍ୟୋଗୀ ମାନଙ୍କ ପାଇଁ ସଂସ୍ଥା ଦ୍ୱାରା ହେଉଥିବା ନାନା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଶ୍ରୀ ଏମ୍‌.କେ ଗୁପ୍ତା ସଂସ୍ଥାର ଆଶାନୁରୂପ ସଫଳତା ପାଇଁ ଖୁସି ବ୍ୟକ୍ତ କରିଥିଲେ । ଆଇ.ସି.ସି ସଭାପତି ଶ୍ରୀ ପ୍ରଦୀପ ସୁରେଖା କହିଥିଲେ ଯେ ଆଇ.ଡ଼ବ୍ଲୁ.ଇ.ସି ର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏବଂ ଏଥିରେ ଜଡ଼ିତ ସବୁପ୍ରକାର ପରିଶ୍ରମ ଏବଂ ବ୍ୟକ୍ତି ବିଶେଷମାନଙ୍କୁ ସାଧୁବାଦ ଜଣାଇଥିଲେ । ଏହା ସହିତ ମହିଳା ଉଦ୍ୟୋଗୀ ମାନଙ୍କର ଯୋଗଦାନ ନିମନ୍ତେ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଆଇ.ଡ଼ବ୍ଲୁ.ଇ.ସି ନିଜର ୫୦୦+ ସଦସ୍ୟ ମାଇଲଖୁଣ୍ଟ ଅତିକ୍ରମ କରିବା ନେଇ ଆଶା ପ୍ରକାଶ କରିଥିଲା । ଏହି ମେଳା ଭାରତର ପ୍ରଥମ ମହିଳା ବିଜ୍‌ନେସ୍ ମେଳା ଅଟେ । ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ଷ୍ଟଲ ଦ୍ୱାରା ସମନ୍ୱିତ ଏହି ମେଳା କେବଳ ମହିଳା ବ୍ୟବସାୟୀଙ୍କ ଦ୍ୱାରା ପରିଚାଳିତ ହେଉଛି । ଏହା ସହ ପ୍ରାୟ ୩୪ଟି ଖାଇବା ଷ୍ଟଲ ସହ, ପିଲାଙ୍କ ଖେଳ, ସେଲ୍ଫି, ଜୋନ୍‌, ଅନ୍ୟାନ୍ୟ କାର୍ଯ୍ୟକ୍ରମ, ଓଲିଉଡ଼ ସନ୍ଧ୍ୟା, ଫ୍ୟାସନ୍ ଶୋ ଆଇ.ଡ଼ବ୍ଲୁ.ଇ.ସି ଆୱାର୍ଡ଼ ଏବଂ ସାଂସ୍କୃତିକ ଓ ସଙ୍ଗୀତ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ଏଥିସହିତ ପ୍ରତିଦିନ ବ୍ୟାବସାୟ ଭିତ୍ତିକ ସେମିନାର୍ ମଧ୍ୟ ଆୟୋଜିତ ହେବ ଯାହା ମହିଳା ବ୍ୟବସାୟୀଙ୍କ ପାଇଁ ଅତ୍ୟନ୍ତ ସୂଚନାଦାୟୀ ତଥା ଉପଯୋଗୀ ହୋଇପାରିବ । ବଲିଉଡ଼୍ ସେଲିବ୍ରିଟି ଅର୍ଜୁନ ରାମପାଲ ଓ ଇମତିଆଜ ଅଲି ଏହି ୫ ଦିନିଆ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଅନ୍ୟାନ୍ୟ ବକ୍ତାମାନଙ୍କ ମଧ୍ୟରେ ପ୍ରେରଣାଦାୟୀ ବକ୍ତା ଶ୍ରୀ ଗୌରାଙ୍ଗ ଦାସ, ଜୀବନଶୈଳୀ ପ୍ରଶିକ୍ଷକ ଲ୍ରୁ୍ୟକ୍ କୌଟିଁହୋ, ଫିଟନେସ ବିଶେଷଜ୍ଞ ସମିର ପୁରୋହିତ ଆଦି ଯୋଗଦେଇ ନିଜର ମତାମତ ରଖିବେ । ଅନ୍ୟାନ୍ୟ ବିଶିଷ୍ଟ ବ୍ୟବସାୟୀ, ନୀତି ନିର୍ମାତା, ବିଭିନ୍ନ ବର୍ଗର ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ଅର୍ଥନୈତିକ ସଂସ୍ଥା ଏବଂ ଅତିକ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ମଧ୍ୟ ଏହି ଉତ୍ସବରେ ଯୋଗଦେଇ ନିଜର ମତପୋଷଣ କରିବେ । ଏହି ମେଳା ଓଡ଼ିଶା ସରକାର, ଏମ୍‌.ଏସ୍‌.ଏମ୍‌.ଇ-ଡ଼ି.ଆଇ କଟକ ଏବଂ ଅନ୍ୟାନ୍ୟ ବ୍ୟବସାୟୀ ସଂସ୍ଥା ଆନୁକୂଲ୍ୟରେ ଅନୁଷ୍ଠିତ ହେଉଛି । ମିଶନ ଶକ୍ତି ଦ୍ୱାରା ପରିଚାଳିତ ସ୍ୱୟଂ ସହାୟକ ଗୋଷ୍ଠୀମାନେ ମେଳାରେ ଏକ ସ୍ୱତନ୍ତ୍ର ଅଂଶ ଭାବେ ଯୋଗ ଦେଇଛନ୍ତି । ତାଙ୍କ ଦ୍ୱାରା ପ୍ରଦର୍ଶିତ ଉତ୍ପାଦ ଜନସାଧାରଣଙ୍କ ମଧ୍ୟରେ ଆଦୃତ ହେବା ସହ ଆଦିବାସୀ ଜନଜାତି ମଧ୍ୟ ଉକ୍ତ ଉତ୍ସବରେ ନିଜ ଉତ୍ପାଦ ପ୍ରଦର୍ଶନ କରି ବ୍ୟାବସାୟ ଅଭିବୃଦ୍ଧି କରିବାକୁ ସକ୍ଷମ ହୋଇଛନ୍ତି । ଉକ୍ତ ମେଳା ସବୁ ବର୍ଗର ବ୍ୟକ୍ତି ବିଶେଷମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସୁଯୋଗ ହୋଇଥିବା ବେଳେ ଓଡ଼ିଶାର ନାନା ସଫଳ ମହିଳା ବ୍ୟବସାୟୀଙ୍କୁ ନିଜ ବ୍ୟବସାୟ କରିବା ନିମନ୍ତେ ଏକ ସ୍ୱତନ୍ତ୍ର ସୁଯୋଗ ଅଟେ । ଏହି ମେଳା ୪ ମେ ୨୦୨୨ ରୁ ୮ ମେ ୨୦୨୨ ଯାଏଁ ଚାଲିବ । ଏଥିରେ ଥିବା ସମସ୍ତ ଷ୍ଟଲ ଶୀତତାପ ନିୟନ୍ତ୍ରିତ ହୋଇଥିବା ବେଳେ ପ୍ରବେଶକୁ ନିଶୁଳ୍କ କରାଯାଇଛି । ଫାଲକନ୍ ଗ୍ରୁପ୍‌, ମିଶନ ଶକ୍ତି ଓ ଜ୍ୟୋତି ମୋଟର୍ସ ଉକ୍ତ ଉତ୍ସବରେ ଆୟୋଜକ ମାନଙ୍କ ପ୍ରତି ନିଜର ସହଯୋଗ ପ୍ରକାଶ କରିଛନ୍ତି ।

loading...

Leave A Reply

Your email address will not be published.