Breaking

ଇଣ୍ଡଲ୍‌ଜ ବ୍ରାଇଡ଼ାଲ୍ ମଲ୍‌ର ବ୍ରାଣ୍ଡ “ଜୁଏଲ୍ସ ବାଏ ସୋନିଆ” ଉଦ୍‌ଘାଟିତ

0

ଭୁବନେଶ୍ୱର: ରୂପାଲି ଛକ ସ୍ଥିତ ଇଣ୍ଡଲ୍‌ଜ ବ୍ରାଇଡ଼ାଲ୍ ମଲ୍‌ଠାରେ ଡ଼ିଜାଇନର ହୀରା ଅଳଙ୍କାର ବ୍ରାଣ୍ଡ “ଜ୍ୱେଲସ ବାଏ ସୋନିଆ” ଉଦ୍‌ଘାଟିତ ହୋଇଯାଇଛି । ସୋନିଆଙ୍କ ଦ୍ୱାରା ପ୍ରସ୍ତୁତ ଅଳଙ୍କାର ମହିଳା ମାନଙ୍କ ପସନ୍ଦକୁ ବହନ କରୁଥିବା ହୀରା ଅଳଙ୍କାରର ଏକ ସ୍ୱତନ୍ତ୍ର ସଂଗ୍ରହ ଅଟେ । ଏହି ବ୍ରାଣ୍ଡର ମୂଳ ଲକ୍ଷ୍ୟ ଅତି ସୁଲଭ ମୂଲ୍ୟରେ ଉଚ୍ଚମାନର ଗୁଣାତ୍ମକ ହୀରା ଅଳଙ୍କାର ଯୋଗାଇବା । ଏହି ଅବସରରେ ଫେସନ୍ ସୋ, ଅଳଙ୍କାର ପ୍ରଦର୍ଶନୀ, ଖୁଚୁରା ବିକ୍ରୟ ଓ ଆକର୍ଷଣୀୟ ବ୍ୟାଗ୍ ଇତ୍ୟାଦିର ପ୍ରଦର୍ଶନୀ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଉତ୍ସବରେ କୋଭିଡ଼୍ ୧୯ ଭଳି ଜରୁରୀ ପରିସ୍ଥତିରେ ଭୁବନେଶ୍ୱରର ଆମ୍ରି, ଆପୋଲ ଆଦି ବିଭିନ୍ନ ବେସରକାରୀ ହସ୍ପିଟାଲର ଡ଼ାକ୍ତର, ନର୍ସ ଇତ୍ୟାଦିଙ୍କୁ ସେମାନଙ୍କ ଅବଦାନ ପାଇଁଁ ପୁରସ୍କାର ସହ ଉତ୍ôସାହିତ କରିଥିଲେ । ଏଥିସହ ଡ଼ାକ୍ତର ଓ ନର୍ସମାନେ ଶ୍ରୀମତୀ ସୋନିଆଙ୍କ ଦ୍ୱାରା ପ୍ରସ୍ତୁତ ହୀରା ଅଳଙ୍କାର ପରିଧାନ କରି ରାମ୍ପ ସୋ ରେ ଭାଗ ନେଇଥିଲେ । ଏହି ଉତ୍ସବରେ ଅଭିନେତ୍ରୀ ଅନୁ ଚୌଧୁରୀ ମଧ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ସହଯୋଗ କରି ସେମାନଙ୍କ ସହ ରାମ୍ପ ସୋ ରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆମ୍ରି ହସ୍ପିଟାଲ ଅତିରିକ୍ତ ଉପସଭାପତି ଶ୍ରୀମତୀ ନିଳାଞ୍ଜନା ମୁଖାର୍ଜୀ, କୋଭିଡ଼୍ ଯୋଦ୍ଧାମାନଙ୍କ ସହ ମରେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ସୁଶ୍ରୀ ସୁର୍କୀୀ ପଟ୍ଟନାୟକ କହିଛନ୍ତି ଯେ ଏହି ଓଡ଼ିଶା ମହିଳା ଶିଳ୍ପୋଦ୍ୟୋଗୀ ମାନଙ୍କ ଗନ୍ତାଘର ହେଉ । ଇଣ୍ଡଲଜ୍ ବ୍ରାଇଡ଼ାଲ ମଲ୍ ଭିିଭୂମି ଯୋଗାଇବା ଦିଗରେ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ସୁଶ୍ରୀ ସୋନିଆ ଜଣେ ଉତ୍ସାହୀ ଡ଼ିଜାଇନର ଏବଂ ତାଙ୍କ ସଂଘର୍ଷ କାହାଣୀ ମଧ୍ୟ ଅତ୍ୟନ୍ତ ପ୍ରେରଣାଦାୟୀ ଅଟେ । ତାଙ୍କ କୃତି ଗୁଡ଼ିକ ନିଜର ଗୁଣବା ଦ୍ୱାରା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ ବୋଲି ମୋର ଆଶା ଓ ବିଶ୍ୱାସ । ମୁଁ ଆଗାମୀ ଦିନ ମାନଙ୍କରେ ତାଙ୍କର ଉରୋର ଉନ୍ନତି କାମନା କରୁଛି । ଏଥି ସହିତ ମୁଁ ଆମ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ବିଗତ ଦୁଇ ବର୍ଷ ମଧ୍ୟରେ ତାଙ୍କର ନିଃସ୍ୱାର୍ଥପର ସେବା ନିମନ୍ତେ ତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ବୋଲି ପ୍ରତିଷ୍ଠାତା ମହାଶୟା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି ଅବସରେ ସୁଶ୍ରୀ ସୋନିଆ ତାଙ୍କ ବ୍ରାଣ୍ଡ ଲ କରିବା ଅବସରରେ ଯୋଗ ଦେଇଥିବାରୁ ସେ ସୁଶ୍ରୀ ସୁର୍କୀୀ ପଟ୍ଟନାୟକ ଏବଂ ଇଣ୍ଡଲ୍‌ଜ ବ୍ରାଇଡ଼ାଲ ମଲ୍‌କୁ ଧନ୍ୟବାଦ ଦେଇଥିଲେ । ଏଥିସହ ସୋନିଆଙ୍କ ଡ଼ିଜାଇନ୍‌କୁ ସବୁବେଳେ ତାଙ୍କ ବନ୍ଧୁ ପରିବାର ତରଫରୁ ସମର୍ଥନ ମିଳିବାରୁ ଖୁସି ବ୍ୟକ୍ତ କରିଥିଲେ । କିନ୍ତୁ ତାଙ୍କ ନିଜସ୍ୱ ବ୍ରାଣ୍ଡ ସୃଷ୍ଟି କରିବାର ସ୍ୱପ୍ନ ଯାହାକି ଆଜି ବାସ୍ତବ ରୂପ ନେଇଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି “ଜ୍ୱେଏଲ୍ସ ବାଏ ସୋନିଆ” ମାଧ୍ୟମରେ ହୀରା ଅଳଙ୍କାର ସମସ୍ତଙ୍କ ପାଇଁ ସୁଲଭ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

loading...

Leave A Reply

Your email address will not be published.