Breaking

ଭାରତୀୟ ରେଳବାଇକୁ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ୧୭ଟି ଜାତୀୟ ପୁରସ୍କାର

0

ହାଇଦ୍ରାବାଦ : ଏକ ପ୍ରମୁଖ ଉପଲବ୍ଧି ସହିତ ଭାରତୀୟ ରେଳବାଇ ଏହାର କ୍ରମାଗତ ପ୍ରଚେଷ୍ଟା ଦ୍ୱାରା ପ୍ରଯୁକ୍ତି ବିଦ୍ୟା ଓ ଶକ୍ତି ସଂରକ୍ଷଣ ପ୍ରଣାଳୀ ପ୍ରୟୋଗ ଯୋଗୁଁ ଭାରତ ସରକାରଙ୍କ ପକ୍ଷରୁ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ୧୭ଟି ଜାତୀୟ ପୁରସ୍କାର ଗ୍ରହଣ କରିଛି I ଗୋଟିଏ ସଂଗଠନ ଦ୍ୱାରା ସବୁଠୁ ଅଧିକ ପୁରସ୍କାର ଗ୍ରହଣକରିବା ସଂସ୍ଥା ଭାରତୀୟ ରେଳବାଇ କୁ ଯାଇଛି I

ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଭାରତୀୟ ରେଳବାଇ ସମୁଦାୟ ପୁରାସ୍କାରର ୩୦ ଶତକଡା ପୁରସ୍କାର ପୋଛିନେଇଛି I ରେଳ ଓ କୋଇଲା ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲ ଏଥିପାଇଁ ରେଳପଥର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସ୍ୱାଗତ କରିବା ସହ ଶକ୍ତି ସଂରକ୍ଷଣ ପ୍ରଣାଳୀକୁ କ୍ରମାଗତଭାବେ ବିନିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି I

ଶକ୍ତି ସଂରକ୍ଷଣ କ୍ଷେତ୍ରରେ ପ୍ରମୁଖ ୫ଟି ବର୍ଗ ମଧ୍ୟରୁ ଭାରତୀୟ ରେଳବାଇ ୩ଟି ବର୍ଗ ଯଥା ରେଳ ଷ୍ଟେସନ, ଚିକିତ୍ସାଳୟ ଓ ଅନୁଷ୍ଠାନ ବର୍ଗରେ ଭାଗନେଇ ବିଭିନ୍ନ ଉପବିଭାଗରୁ ଏହିସବୁ ପୁରସ୍କାର ଜାତୀୟସ୍ତରରେ ଆଣିପାରିଛି I

ପରିବହନ ବର୍ଗ କ୍ଷେତ୍ରରେ ଭାରତୀୟ ରେଳବାଇ ଉପବିଭାଗୀୟ ଷ୍ଟେସନ ପାଇଁ ୧୦ଟି ପୁରସ୍କାର ଗ୍ରହଣ କରିଛି I
କୋଠାବାଡି ବର୍ଗରେ ଭାରତୀୟ ରେଳବାଇ ଚିକିତ୍ସାଳୟମାନଙ୍କରେ ଶକ୍ତି ସଂରକ୍ଷଣ ପାଇଁ ୦୩ଟି ପୁରସ୍କାର, ଅନୁଷ୍ଠାନ ବର୍ଗରେ ଉପବିଭାଗୀୟ PWD , CPWD ଓ PHED କ୍ଷେତ୍ରରେ ୦୪ଟି ପୁରସ୍କାର ଗ୍ରହଣ କରିଛି I

ରେଳଷ୍ଟେସନ ଉପଵର୍ଗ କ୍ଷେତ୍ରରେ ମଧ୍ୟ ପ୍ରଦେଶ ର ବିଦିଶା ରେଳଷ୍ଟେସନ କୁ ପ୍ରଥମ ପୁରସ୍କାର, ଗୁଜୁରାଟର ଜାମନଗର ରେଳଷ୍ଟେସନ୍କୁ ଦ୍ଵିତୀୟ ପୁରସ୍କାର ମିଳିଥିବା ବେଳେ ଯୋଗ୍ୟତାକ୍ଷମ ପାଇଁ ଦ୍ଵାରକା, ରାଜକୋଟ, ସୁରେନ୍ଦ୍ର ନଗର, ହାଇଦ୍ରାବାଦ, ନିଜାମାବାଦ, ଗୌହାଟୀ, ଜଇପୁର ଓ କାଯିପେଟ ରେଳଷ୍ଟେସନ୍ଗୁଡିକୁ ୭ଟି ପୁରସ୍କାର ମିଳିଛି I

ରେଳବାଇ ଚିକିତ୍ସାଳୟ ଉପବର୍ଗରେ ଇଜ୍ଜତ ନଗର ରେଳମଣ୍ଡଳକୁ ପ୍ରଥମ ପୁରସ୍କାର, ରାଜକୋଟ ରେଳମଣ୍ଡଳକୁ ଦ୍ଵିତୀୟ ଓ ରତଲାମ ରେଳମଣ୍ଡଳକୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି I PWD ଉପବର୍ଗରେ ସିକନ୍ଦରାବାଦ ରେଳମଣ୍ଡଳ ଯାତ୍ରୀ ସଂରକ୍ଷଣ ସୌଧ କୁ ପ୍ରଥମ, ଜୋନାଲ ମୁଖ୍ୟାଳୟ ରେଳ ସୌଧ କୁ ଦ୍ଵିତୀୟ ପୁରସ୍କାର ଓ ଯୋଗ୍ୟତାକ୍ଷମ ପାଇଁ ସିକନ୍ଦରାବାଦସ୍ଥିତ ହାଇଦ୍ରାବାଦ ଭବନ ରେଳ ନିଳୟମକୁ ପୁରସ୍କୃତ କରାଯାଇଛି I

ଏହି ପୁରସ୍କାର ଗୁଡିକୁ ଭାରତ ସରକାରଙ୍କ ଉର୍ଜା ସଂରକ୍ଷଣ ମନ୍ତ୍ରାଳୟ ପକ୍ଷରୁ ଉର୍ଜା ଦକ୍ଷତା ବ୍ୟୁରୋ ଦ୍ୱାରା ବିଭିନ୍ନ ଅନୁଷ୍ଠାନକୁ ଶକ୍ତି ସଂରକ୍ଷଣ ସହିତ ଉର୍ଜା ସଂଚୟ ପାଇଁ ପ୍ରତିବର୍ଷ ପୁରସ୍କୃତ କରାଯାଇଥାଏ I

loading...

Leave A Reply

Your email address will not be published.