Breaking

ଶିଳ୍ପ କ୍ଷେତ୍ରର ବ୍ୟବହାର ନିମନ୍ତେ ଆଡଭାନସଡ୍ ପ୍ରୋସେସିଂ ଟେକ୍‌ନିକ ଉପରେ ଆଇଏମ୍‌ଏମ୍‌ଟିସିଏସ୍‌ଆଇଆର ଦ୍ୱାରା ଅନ୍‌ଲାଇନ୍ କାର୍ଯ୍ୟଶାଳା

ଅକ୍ଟୋବର ୨୦ ରୁ ୨୨ ତାରିଖ ମଧ୍ୟରେ ଭୁବନେଶ୍ୱର ଆଇଏମ୍‌ଏମ୍‌ଟି-ସିଏସ୍‌ଆଇଆର ଦ୍ୱାରା ଶିଳ୍ପ କ୍ଷେତ୍ରର ବ୍ୟବହାର ନିମନ୍ତେ ଆଡଭାନସ୍‌ଡ ପ୍ଲାଜମା ପ୍ରୋସେସିଂ ଟେକ୍‌ନିକ୍ ଉପରେ ଏକ ତିନି ଦିବସୀୟ ଅନଲାଇନ୍ କାର୍ଯ୍ୟଶାଳା ଆୟୋଜିତ ହୋଇଥିଲା ।
ଏହି କର୍ମଶାଳାକୁ ସିଏସ୍‌ଆଇଆର-ଆଇଏମ୍‌ଏମ୍‌ଟିର ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ସୁଦ୍ଧାସତ୍ୱ ବାସୁ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଚିଫ୍ ସାଇନ୍ଟିଷ୍ଟ୍ ଏବଂ ଏଚ୍‌ଆର୍‌ଆଡି ମୁଖ୍ୟ ଡଃ ଡି ଏସ୍ ରାଓ, ଚିଫ୍ ସାଇନ୍ଟିଷ୍ଟ୍ ଓ ଏଏମ୍‌ଟି ବିଭାଗ ମୁଖ୍ୟ ଡଃ ବି ଭୋଇ, ସିଏସ୍‌ଆଇଆର ଇନ୍ଟିଗ୍ରେଟେଡ୍ ସ୍କିଲ ଡେଭଲପମେନ୍ଟ ଇନିସିଏଟିଭର କୋର୍ଡିନେଟର ଡଃ ଏସ୍ କେ ପ୍ରଧାନ ଆଜି ଉପସ୍ଥିତ ଥିଲେ । ଏପିଟିଆଇସି ୨୦୨୧ର କନଭେନର ଡଃ କେ ଜେ ଶଙ୍କରଣ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପାଠ କରିଥିଲେ ।
ପ୍ରମୁଖ ବୈଜ୍ଞାନିକ ଯଥା ପ୍ରଫେସର ରବର୍ଟ ନେମାନିଚ, ଡଃ ବି ଭୋଇ,ପ୍ରଫେସର ଫିଲିପ୍ ବିରଗଞ୍ଜୋ, ଡଃ ଡିପି ଦାସ, ଡଃ ପ୍ରତିମା ମିଶ୍ର, ଡଃ ଏସ୍ କେ ପ୍ରଧାନ, ଡଃ ଏସ୍ କେ ମିଶ୍ର, ଶ୍ରୀ ଏସ୍ ବାଜପେୟୀ, ଡଃ ଏସ୍ କେ ସିଂ, ଡଃ ଡି ଦେବାଶିସ୍‌, ଡଃ ପି ରାଜପୁତ, ଡଃ ୟୁ ବାଲାଜୀ, ଡଃ କେ ଜେ ଶଙ୍କରଣ, ଆଦି ଆଡଭାନସ୍‌ଡ ପ୍ଲାଜମା ପ୍ରୋସେସିଂ ଟେକ୍‌ନିକ୍ ଉପରେ ବୀସ୍ଥାରିତ ଆଲୋଚନା କରିଥିଲେ ।
ଏହି ୩ ଦିବସୀୟ ସମାପନ ଉତ୍ସବରେ ଏପିଟିଆଇସି-୨୦୨୧ର କନଭେନର ଡଃ ୟୁ ବାଲାଜୀ, ସିଏସ୍‌ଆଇଆର-ଆଇଏମ୍‌ଏମ୍‌ଟିର ଡାଇରେକ୍ଟର ସୁଦ୍ଧାସତ୍ୱ ବାସୁ ଯୋଗ ଦେଇଥିଲେ ଏବଂ ଏପିଟିଆଇସି ୨୦୨୧ର କନଭେନର ଡଃ କେ ଜେ ଶଙ୍କରଣ ସମସ୍ତ ଅତିଥି, ଅଂଶଜ୍ରହଣକାରୀଙ୍କୁ ଧନ୍ୟବାଦ ପଅଦରନ କରିଥିଲେ ।
ଏହି ଅନଲାଇନ୍ କର୍ମଶାଳା ସମ୍ପର୍କରେ ସିଏସ୍‌ଆଇଆର-ଆଇଏମ୍‌ଏମ୍‌ଟିର ନିର୍ଦ୍ଦେଶକ ପ୍ରଫେସର ସୁଦ୍ଧାସତ୍ୱ ବାସୁ କହିଥିଲେ, “ ଏହିଭଳି ଏବଂ ମୁଖ୍ୟ ପ୍ରସଙ୍ଗରେ ଅନଲାଇନ୍ କର୍ମଶାଳାକୁ ସଫଳତାର ସହ ଆୟୋଜନ କରି ଆମେ ବହୁତ ଖୁସି । ଅ।।ଶା କରୁଛୁ ଯେ ଏହି କର୍ମଶାଳାରୁ ନିଷ୍କର୍ସ ମିଳିପାରିବ ଓ ଶଳ୍ପକ୍ଷେତ୍ରରେ ବ୍ୟବହୃତ ହୋଇପାରିବ । ”
ସାରା ଦେଶରୁ ଅନେକ ପିଏଚ୍‌ଡି ଛାତ୍ରଛାତୀ,ମାଷ୍ଟର୍ସ ଛାତ୍ରଛାତୀ ଏହି କର୍ମଶାଳାରେ ଯୋଗ ଦେଇଥିଲେ ।

loading...

Comments are closed.