Breaking

ଝିଅଙ୍କ ଇଶାରାରୁ ବୁଝନ୍ତୁ ମନର କଥା

0

ଅନେକ ସମୟରେ ଦେଖାଯାଏ ସାଥୀରେ କାମ କରୁଥିବା ଝିଅଟିଏ ଯଦି ଜଣେ ପୁଅକୁ ପସନ୍ଦ ଆସିଗଲା ତଥାପି ସାହସ କରି ସେ ଝିଅଟିକୁ ନିଜ ମନକଥା କହିପାରନ୍ତି ନାହିଁ। ଏପରିସ୍ଥଳେ ଝିଅଟିର ଆଖି ଓ ହାବଭାବରୁ ତାଙ୍କ ହୃଦୟର କଥା ବୁଝିବାକୁ ଚେଷ୍ଟା କରନ୍ତୁ। ଝିଅଙ୍କ ଇଶାରାକୁ ବୁଝି ତାଙ୍କ ମନର କଥା ଜାଣିବାକୁ ଚେଷ୍ଟା କରନ୍ତୁ।

ଶାରୀରିକ ସଙ୍କେତ
ଝିଅମାନେ ଜଣେ ପୁଅ ସହିତ କଥା ହେବାବେଳେ ଏମିତି କିଛି ସଙ୍କେତ ଦେଇଥାନ୍ତି, ଯେଉଁଥିରୁ ଜଣାପଡ଼ିଯିବ ସେ ଆପଣଙ୍କ ସମ୍ପର୍କରେ କ’ଣ ଭାବୁଛନ୍ତି। ଝିଅଙ୍କ ଇଶାରାକୁ ବୁଝିବା ମଧ୍ୟ ଏତେ ସହଜ ନୁହେଁ। ମାତ୍ର ଟିକେ ବୁଦ୍ଧି ଖର୍ଚ୍ଚ କଲେ ଝିଅର ମନକଥା ସହଜରେ ବୁଝି ପାରିବେ। ଜାଣିପାରିବେ ଝିଅଟି ଆପଣଙ୍କର କେବଳ ଜଣେ ଭଲ ବନ୍ଧୁ ନା ଆଉ କିଛି।

ବାରମ୍ବାର ସମୟ ଦେଖିବା
ଝିଅଟିଏ ସହିତ କଥା ହେବାବେଳେ ସେ ଯଦି ବାରମ୍ବାର ସମୟ ଦେଖେ, ତେବେ ବୁଝିନେବେ ଯେ ସେ ଆପଣଙ୍କ ସହିତ କଥା ହେବାକୁ ଆଗ୍ରହୀ ନୁହନ୍ତି। ଏଭଳି ପରିସ୍ଥିତିରେ ଝିଅଟିକୁ ବୋର୍‌ କରିବା ଅପେକ୍ଷା ନିଜେ ପଛକୁ ହଟିଯିବା ଭଲ।

ଆଖିରେ ଆଖି ମିଶାଇ କଥା ହେବା
ଯେତେବେଳେ ଆପଣ ନିଜ ପସନ୍ଦର ଝିଅ ସହିତ କଥା ହେଉଛନ୍ତି ଏବଂ ସେ ମଧ୍ୟ ବିନା ସଙ୍କୋଚରେ ଆପଣଙ୍କ ଆଖିରେ ଆଖି ମିଶାଇ କଥା ହେଉଛନ୍ତି, ତେବେ ବୁଝିନେବେ ଝିଅଟି ଆପଣଙ୍କୁ ପସନ୍ଦ କରନ୍ତି।

ତଳକୁ ଚାହିଁ କଥା ହେବା
ଝିଅଟିଏ ଆପଣଙ୍କୁ ଦେଖିଲା ପରେ ଯଦି ତଳକୁ ମୁହଁ କରିଦିଅନ୍ତି, ତେବେ ବୁଝିନେବେ ସେ ଆପଣଙ୍କୁ ପସନ୍ଦ କରୁଛନ୍ତି। ଏଭଳି ପରିସ୍ଥିତିରେ ଆପଣ ତାଙ୍କୁ ପ୍ରପୋଜ କରିପାରିବେ।

ଅଣ୍ଟାରେ ହାତ ଦେଇ ଠିଆ ହେବା
କଥା ହେବା ସମୟରେ ଯଦି କୌଣସି ଝିଅ ନିଜର ଦୁଇ ହାତ ଅଣ୍ଟାରେ ରଖି ଠିଆ ହୁଅନ୍ତି, ତେବେ ବୁଝିନେବେ ସେ ଆପଣଙ୍କ ଉପରେ ନିଜର ଅଧିକାର ଜାହିର କରୁଛନ୍ତି। ଯଦି କୌଣସି ଝିଅ କଥା ହେବା ସମୟରେ ଗୋଟିଏ ହାତ ଅଣ୍ଟାରେ ରଖନ୍ତି, ତେବେ ବୁଝିନେବେ ସେ ଆପଣଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ଚାହୁଛନ୍ତି।

loading...

Leave A Reply

Your email address will not be published.