Breaking

ଆଜିଠୁ ରାଜ୍ୟରେ ଗଡ଼ିବ ‘ମୁଁ ହିରୋ’ ରଥ

0

ଭୁବନେଶ୍ବର : ମୁଁ ହିରୋ । ବିଜୁ ଯୁବ ବାହିନୀ ପରେ ଏକ ଉପ ଯୋଜନା ।‘ବିଜୁ ଯୁବ ବାହିନୀ’ ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ମୁଁ ହିରୋ’ ହେବି ଅଭିଯାନର ଶୁଭାରମ୍ଭ ଅବସରରେ ‘ମୁଁ ହିରୋ ରଥ’ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଜିଲ୍ଲାସ୍ତରରେ ବିଜୁ ଯୁବ ବାହିନୀ, ମୁଁ ହିରୋ ପାଇଁ ୧୦ ଜଣଙ୍କୁ ଚୟନ କରିବ। ଏହି ୧୦ଜଣଙ୍କୁ ଜିଲ୍ଲା ସ୍ତରୀୟ ଯୁବ କନ୍‌କ୍ଲେଭରେ ସମ୍ମାନିତ କରାଯିବ । ଟପ ୫ଜଣଙ୍କ ତାଲିକା ରାଜ୍ୟ ସ୍ତରକୁ ପଠାଯିବ । ଏମିତି ୧୫୦ ଜଣଙ୍କୁ ରାଜ୍ୟସ୍ତରୀୟ ଯୁବ କନ୍‌କ୍ଲେଭରେ ସମ୍ମାନିତ କରାଯିବ । ଏହି ରଥ ଆସନ୍ତା ୨ମାସ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକ ଓ ପୌରାଞ୍ଚଳ ଭ୍ରମଣ କରିବ। ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ପରିବେଶ, ନାରୀ ସଶକ୍ତିକରଣ, ପ୍ରାକୃତିକ ବିପର୍ଯ୍ୟସ୍ତ, କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ଲୁକାୟିତ ପ୍ରତିଭାଙ୍କୁ ଖୋଜିବା କାର୍ଯ୍ୟରେ ନିୟୋଜିତ ହେବ ବୋଲି ସୂଚନା ମିଳିଛି।

You May Like Here:
            ⇓

loading...

Leave A Reply

Your email address will not be published.