Breaking

ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି

0

ଗତକିଛି ଦିନ ଧରି ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ଏଣୁ ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଓ ପ୍ରତିକାରମୂଳକ ପଦକ୍ଷେପ ନେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ନିର୍ଦ୍ଦେଶକଙ୍କ ନିମନ୍ତେ ମାର୍ଗଦର୍ଶିକା ଜାରି କରିଛନ୍ତି । ପୂର୍ବରୁ ଜାରି କରାଯାଇଥିବା କୋଭିଡ୍‌ ମାର୍ଗଦର୍ଶିକାର ଅନୁପାଳନ ସହିତ ଏହି ମାର୍ଗଦର୍ଶିକାକୁ ପାଳନ କରିବା ପାଇଁ ପତ୍ରରେ ଉଲ୍ଲେଖ କରାଯାଇଛି ।
ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟର ସମସ୍ତ ବିଦ୍ୟାଳୟଗୁଡ଼ିକରେ ନବମ ଓ ଏକାଦଶ ଶ୍ରେଣୀଗୁଡ଼ିକର ପାଠପଢ଼ା ସକାଳ ୮.୩୦ରୁ ୧୦ଟା ପରିବର୍ତ୍ତେ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ହେବ । ସେହିପରି ଦଶମ ଓ ଦ୍ୱାଦଶ ଶ୍ରେଣୀଗୁଡ଼ିକ ସକାଳ ୧୧ଟାରୁ ଅପରାହ@ ୪ ପରିବର୍ତ୍ତେ ସକାଳ ୯ଟାରୁ ଅପରାହ@ ୧ଟା ପର୍ଯ୍ୟନ୍ତ ଚାଲିବ । ଜିଲ୍ଲା ଶିକ୍ଷା ଅଧିକାରୀମାନେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କିମ୍ବା ପୌରପରିଷଦ ସହ ଯୋଗାଯୋଗ ରକ୍ଷା କରି ଅଚଳ ଥିବା ନଳକୂପଗୁଡ଼ିକର ମରାମତି ସହ ବିଦ୍ୟାଳୟରେ ପାନୀୟ ଜଳ ଉପଲବ୍ଧକୁ ସୁନିଶ୍ଚିତ କରିବେ । ଏଥି ସହ ବିଦ୍ୟାଳୟମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ଓଆର୍‌ଏସ୍‌ ଗଚ୍ଛିତ ରଖିବେ ଏବଂ ଏହା ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଉପଲବ୍ଧ କରାଇବେ । ଯେଉଁ ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ କର୍ମଚାରୀମାନଙ୍କ ପାଇଁ ପରିବହନ ସେବା ଯୋଗାଇ ଦେଉଛନ୍ତି ସେମାନେ କୋଭିଡ୍‌-୧୯ ମାର୍ଗଦର୍ଶିକାର ଅନୁପାଳନ ସହ ଖରାରୁ ଦୂରେଇ ରଖିବା ପରି ସେବା ଯୋଗାଇଦେବେ । ଅଭିଭାବକମାନଙ୍କୁ ପିଲାମାନଙ୍କୁ ପାଣିବୋତଲ ସାଙ୍ଗରେ ଦେବା ପାଇଁ ସଚେତନ କରାଯିବ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ସ୍କୁଲ ପରିଚାଳନା କମିଟି ଏ ବାବଦରେ ସଚେତନତା ସୃଷ୍ଟି କରିବେ । ପ୍ରଧାନଶିକ୍ଷକମାନେ ପିଲାମାନଙ୍କୁ ଗ୍ରୀଷ୍ମପ୍ରବାହରୁ ସୁରକ୍ଷିତ ରହିବା ପାଇଁ ଶିକ୍ଷା ଦେବା ସହ ସେମାନଙ୍କୁ ସଚେତନ କରାଇବେ । ପାଠପଢ଼ା ସମୟରେ ପିଲାମାନେ ବାହାରେ ଖରାକୁ ଯିବେ ନାହିଁ କିମ୍ବା କୌଣସି ଖେଳକୁଦ ପରି ଶାରୀରିକ କାର୍ଯ୍ୟ କରିବେ ନାହିଁ । ମାର୍ଚ୍ଚ ୧ ତାରିଖରୁ ଏହି ମାର୍ଗଦର୍ଶିକା ଲାଗୁ ହେବ ।

loading...

Leave A Reply

Your email address will not be published.