Breaking

ବିରାଜିଲେ ବିଘ୍ନରାଜ : ଗଡେଶ୍ବର ହାଟ ବଣିକ ସଂଘ ପକ୍ଷରୁ ଗଣେଶ ପୂଜା ଆୟୋଜିତ

0

ଭୁବନେଶ୍ୱର :ଦିନ ଯେତେ ବଢ଼ୁଛି, ପୂଜା ମଣ୍ଡପରେ କୋଳାହଳ ସେତେ ଜମୁଛି ।ଗଣେଶଙ୍କ ଆବାହନ ଲାଗି ରାଜଧାନୀରେ ଥିବା ଶତାଧିକ ଶିକ୍ଷାନୁଷ୍ଠାନ,କ୍ଲବ୍‌ରେ ଏବେ ଝଲସିବାରେ ଲାଗିଛି। ରଙ୍ଗିନ୍‌ ଆଲୋକମାଳା ସାଙ୍ଗକୁ ଏଲ୍‌ଇଡି ଗେଟ୍‌ ପୂଜା ମଣ୍ଡପର ଶୋଭା ବଢ଼ାଉଛି।

ଭିଏସ୍ଏସ୍ ନଗର ର ଗଡେଶ୍ବର ହାଟ ବଣିକ ସଂଘ ପକ୍ଷରୁ ଚଳିତ ବର୍ଷ ଆୟୋଜିତ ଗଣେଶ ପୂଜା ନିଆରା ଆକର୍ଷଣ ସାଜିଛି। ଏହି ଅନୁଷ୍ଠାନ ଯେତିକି ପୁରାତନ ଗଜାନନଙ୍କ ପୂଜା ସେତିକି ପୁରାତନ । ଗଡେଶ୍ବର ହାଟ ବଣିକ ସଂଘ ୩୭ ବର୍ଷରେ ଆଜି ପଦାର୍ପଣ କରିଛି । ବିଘ୍ନରାଜ ଗଜାନନଙ୍କ ପୂଜା ଏ ମଣ୍ଡପରେ ପାରମ୍ପରିକ ରୀତି ନୀତି ଅନୁସାରେ ଆୟୋଜନ କରାଯାଏ । ଏହି ମଣ୍ଡପର ମୁଖ୍ୟ ଆକର୍ଷଣ ହୋଉଛି ୮ ଦିନ ବ୍ୟାପି ବାଦି ପାଲା ପରିବେଷଣ କରାଯାଏ । ଏ ବର୍ଷର ପୂଜା ୫ ଲକ୍ଷର ଟଙ୍କାର ବେୟ ବରାଦ କରାଯାଇଛି । ସଂଘର ସଭାପତି ଅମୁଲ୍ୟ କୁମାର ପାତ୍ର ଏବଂ ଅନ୍ୟାନ କର୍ମକର୍ତା ପରିଚାଳନା କରିଛନ୍ତି ।

loading...

Leave A Reply

Your email address will not be published.