Breaking

ଗଡ଼େଶ୍ୱର ହାଟ ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ବୀର ସୁରେନ୍ଦ୍ର ସାଏ ନଗର ସ୍ଥିତ ଗଡ଼େଶ୍ୱର ହାଟ ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ ପକ୍ରିୟା ଅନୁଷ୍ଠିତ ହୋଇଯାଇଛି । ସର୍ବସମ୍ମତି କ୍ରମେ ପୁନର୍ବାର ନୂତନ ସଭାପତି ଭାବରେ ଶ୍ରୀଯୁକ୍ତ ଲକ୍ଷ୍ମଣ ସାହୁ, ସଂପାଦକ ଭାବରେ ଶ୍ରୀଯୁକ୍ତ ମନୋରଞ୍ଜନ ସାହୁ, ସହସଂପାଦକ ଭାବରେ ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ, କୋଷାଧ୍ୟକ୍ଷ ଭାବରେ ପ୍ରଶାନ୍ତ କୁମାର ସାଠୁଆ ନିର୍ବାଚିତ ହୋଇଛନ୍ତି । ଗଡ଼େଶ୍ୱର ହାଟ ବଣିକ ସଂଘର ସମସ୍ତ ସଦସ୍ୟ ନିର୍ବାଚିତ ପ୍ରତିନିଧିଙ୍କ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରିଥିବାରୁ ନୂତନ କର୍ମକର୍ତ୍ତାମାନେ ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ ଆଗାମୀ ଦିନରେ ହାଟର ସର୍ବାଙ୍ଗୀନ ଉନ୍ନତି କରଣ, ବ୍ୟବସାୟୀଙ୍କ ମଧ୍ୟରେ ସମନ୍ୱୟ ଓ ସର୍ବୋପରି ଭୁବନେଶ୍ୱର ମହାନଗର ନିଗମ ସହ ସହବନ୍ଧିତ ହୋଇ ବିଭିନ୍ନ କାର୍ଯ୍ୟକ୍ରମ କିପରି ସୁଚାର ରୂପେ ସଂପାଦିତ ହୋଇପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସଭାପତି ସଂପାଦକ ପ୍ରତିଶୃତି ପ୍ରଦାନ କରିଛନ୍ତି ।

loading...

Leave A Reply

Your email address will not be published.