Breaking

ଭୁବନେଶ୍ୱର ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ଆଣ୍ଡ ଟ୍ୟୁରିଜିମ୍ ର ଦଶମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବୃକ୍ଷରୋପଣ ଓ ସଫେଇ କାର୍ଯ୍ୟକ୍ରମ

0

ଭୁବନେଶ୍ୱର : ପାହାଳ ସ୍ଥିତ ଭୁବନେଶ୍ୱର ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ଆଣ୍ଡ ଟ୍ୟୁରିଜିମ୍ର ଦଶମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ସ୍ୱଚ୍ଛଭାରତ ଅଭିଯାନ କାର୍ଯ୍ୟକ୍ରମ ତା.୦୫.୦୨.୨୦୧୯ରିଖ ଅନୁଷ୍ଠିତ ହୋଇଥିଲା ଯାହାକୁ କି ଅନୁଷ୍ଠାନର ନିର୍ଦ୍ଦେଶକ ଓ ଅଧ୍ୟକ୍ଷ ଉଦ୍ଘାଟନ କରିଥିଲେ ଏବଂ ତା.୦୭.୦୨.୨୦୧୯ରିଖ ଅନଷ୍ଠାନ ପ୍ରାଙ୍ଗଣରେ ବୃକ୍ଷରୋପଣ କରାଯାଇଥିଲା । ଏହାକୁ ମୁଖ୍ୟ ଅତିଥି ଶ୍ରୀମତୀ ନମ୍ରତା ଚଢ଼ା ଓ ମୁଖ୍ୟ ବକ୍ତା ପ୍ରଶାନ୍ତ କୁମାର ମହାନ୍ତି ଶୁଭାରମ୍ଭ କରିଥିଲେ । ପରିଶେଷରେ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଶ୍ରୀମତୀ ଚଢ଼ା ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ କିପରି ଭଲ ମଣିଷ ହୋଇପାରିବେ ଓ ସମାଜ ସେବାରେ ବ୍ରତି ହେବାପାଇଁ ବୁଝାଇଥିଲେ । ମୁଖ୍ୟବକ୍ତା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତି ସାହିତ୍ୟ ଓ ସମାଜ ଉପରେ ବୁଝାଇଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ସ୍ମୃତିରଞ୍ଜନ ମହାନ୍ତି ନିଜର ବକ୍ତବ୍ୟରେ ଅନୁଷ୍ଠାନର ଦୀର୍ଘ ୧୦ବର୍ଷର ଯାତ୍ରା ବିଷୟରେ ଅବଗତ କରିଥିଲେ ଏବଂ ସହ ନିର୍ଦ୍ଦେଶକ ସ୍ୱାକ୍ଷର ରଞ୍ଜନ ମହାନ୍ତି ଛାତ୍ରଛାତ୍ରୀମାନଙ୍କୁ ନୂତନ ଦିଗ୍ଦର୍ଶନର ବାର୍ତ୍ତା ଦେଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଦୀଲ୍ଲିପ କୁମାର ବାରିକ ବାର୍ଷିକ ବିବରଣୀ ପାଠ କରିବା ସହିତ ବୃକ୍ଷରୋପଣର ଉପକାରିତା ବିଷୟରେ ଆଲୋଚନା କରିଥିଲେ ।

ପରିଶେଷରେ ନହରକଣ୍ଟା ଗ୍ରାମର ଶ୍ରୀଯୁକ୍ତ ବିଚିତ୍ରାନନନ୍ଦ ମହାପାତ୍ରଙ୍କୁ ଉଲ୍ଲେଖନୀୟ ସେବା ପାଇଁ ଅନ୍ତିମ ଯାତ୍ରୀଙ୍କ ସାଥି ସମ୍ମାନ ଓ ଅବଦୁଲ୍ବାରିକଙ୍କୁ ବି.ଏସ୍.ଏଚ୍.ଏମ୍.ଟି ମିତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । ତତ୍ସହିତ ବିିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସର୍ବଶେଷରେ ଅନୁଷ୍ଠାନର ବରିଷ୍ଠ ଅଧ୍ୟାପକ ଅରୁଣ କୁମାର ସାହୁ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରୋଗ୍ରାମ ଅଫିସର ଶ୍ରୀମତୀ ବରାଳ ପରିଚାଳନା କରିଥିଲେ । ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀମାନଙ୍କର ସହଯୋଗ ପାଇଁ ନିର୍ଦ୍ଦେଶକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସର୍ବଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା । ଏହାକୁ ଅତିଥି, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ମନଭରି ଉପଭୋଗ କରିଥିଲେ ।

loading...

Leave A Reply

Your email address will not be published.