Breaking

ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

0

ଭୁବନେଶ୍ୱର: ଛଅ ଦଫା ଦାବିରେ ଗତ ସେପ୍ଟେମ୍ବର ୨୪ରୁ ଆରମ୍ଭ ହୋଇଥିବା ଅଗ୍ନିସମ ବିଭାଗର କର୍ମଚାରୀଙ୍କ ଆନ୍ଦୋଳନ ଗୁରୁବାର ପ୍ରତ୍ୟାହୃତ ହୋଇଛି। ସରକାର ଦାବି ମାନି ନେବା ପରେ ଅଗ୍ନିଶମ କର୍ମଚାରୀମାନେ ପୁଣି ଥରେ କାର୍ଯ୍ୟରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି।ସେମାନଙ୍କ ଆନ୍ଦୋଳନ ଫଳରେ ବିଭିନ୍ନ ସ୍ଥାନରେ ଅଘଟଣ ଘଟିଥିଲା । ମୟୁରଭଞ୍ଜରେ କୂଅରେ ପଡି ଜଣେ ଶିଶୁର ମୃତ୍ୟୁ ଘଟିଥିଲା । ବିଲିଆପାଳରେ କୁକୁଡା ଫାର୍ମରେ ନିଆଁ ଲାଗିଥିବା ବେଳେ ଓ ନୟାଗଡ ଜିଲ୍ଲା ଦଶପଲ୍ଲା ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ୬ ପରିବାର ୮ ବଖରା ଘର ପୋଡିଯାଇଥିଲା । ଏହି ଘଟଣା ପାଇଁ କତ୍ତବ୍ୟରେ ଅବହେଳା ଯୋଗୁ ଏହି ୩ ସ୍ଥାନରେ ୬ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନିଲମ୍ବିତ ହୋଇଛନ୍ତି । ତେବେ ଆଜି ଆନ୍ଦୋଳନ ପତ୍ୟାହୃତ ପରେ ଅଗ୍ନିଶମ ବିଭାଗର କାର୍ଯ୍ୟ ସ୍ୱାଭାବିକ ହେବ ବୋଲି କୁହାଯାଉଛି।

loading...

Leave A Reply

Your email address will not be published.