Breaking

ବ୍ୟବଚ୍ଛେଦ ପାଇଁ ବାପା କାନ୍ଧରେ ଗଲା ପୁଅର ଶବ

0

ଢେଙ୍କାନାଳ: ଅର୍ଥାଭାବରୁ ପୁଅର ଶବକୁ ପରିବାର ଲୋକ ପୋଷ୍ଟମର୍ଟମ ପାଇଁ କାନ୍ଧରେ ‍ବୋହିଛନ୍ତି।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାମାକ୍ଷନଗର କାନପୁରା ପଞ୍ଚାୟତ ଏକତାଳି ଗାଁରେ ।
ସୂଚନା ଅନୁଯାଇ ସୁମନ୍ତ ଗତକାଲି ସନ୍ଧ୍ୟାରେ ଘରକୁ ଫେରୁଥିବାବେଳେ ସାପ କାମୁଡି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା।ଗାଡି ନ ମିଳିବାରୁ ପରିବାର ଲୋକ ଶେଷରେ ଶବକୁ ବାଧ୍ୟ ହୋଇ କାନ୍ଧରେ ବୋହି ନେଇଥିଲେ । ଅପରପକ୍ଷରେ ଡାକ୍ତର କହିଛନ୍ତି ଯେ, ଶବ ବ୍ୟବଚଚ୍ଛେଦ ପାଇଁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ମୃତକଙ୍କ ପରିବାର ଶବକୁ ନେଇ ଘରକୁ ଚାଲି ଯାଇଥିଲେ ।

loading...

Leave A Reply

Your email address will not be published.