Breaking

ମିସ୍ ଇଣ୍ଡିଆ ଓଡ଼ିଶା ଙ୍କ ନୂତନ କମ୍ପାନୀ ଫ୍ୟାକ୍ଟସିସ୍ ଉଦ୍‌ଘାଟିତ

“ଏଡ଼ୁସେଫ୍‌” ରୋକିବ ଛାତ୍ରଛାତ୍ରୀଙ୍କ ଅନଲାଇନ୍ ପାଠପଢାର ଗୋପନୀୟତା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଫେମିନା ମିସ ଇଣ୍ଡିଆ ଓଡ଼ିଶା ୨୦୧୮ ଶୃତିଷା ନାୟକଙ୍କ ନୂତନ ଆଇଟି କମ୍ପାନୀ “ଫ୍ୟାକ୍ଟସିସ୍ ଟେକ୍ନୋଲୋଜି ପ୍ରା.ଲିଃ” ଉଦଘାଟିତ ହୋଇଯାଇଛି । ଇନ୍‌ଫୋସିଟି ରୋଡ଼୍‌ରେ ଆରମ୍ଭ ହୋଇଥିବା ଏହି କମ୍ପାନୀରେ ସାଇବର ସିକ୍ୟୁରିଟି, ଅଡ଼ିଟ୍ ସର୍ଭିସେସ୍‌, ଆଇଟି ସର୍ଭିସେସ୍ ଉପରେ ସ୍ୱତନ୍ତ୍ର ଭାବେ କାମ କରିବ । ଦିନକୁ ଦିନ ସାଇବର ହ୍ୟାକରଙ୍କ ଦୌରାତ୍ମ ବଢୁଥିବା ବେଳେ କମ୍ପାନୀ ସାଇବର ସିକ୍ୟୁରିଟି ଉପରେ ଅଧିକ ଗୁରୁତ୍ୱ ଦେବ । ଗ୍ଲୋବାଲ ଗ୍ରୃପ୍ ଭିତରେ ଆସୁଥିବା ଅନ୍ୟ ସମସ୍ତ କମ୍ପାନୀଗୁଡ଼ିକ ସହିତ ଫ୍ୟାକ୍ଟସିସ୍ ଅଭିନବ ପ୍ରଡ଼କ୍ଟ ଉପରେ କାମ କରିବ । ଏହି ଅବସରରେ “ଏଡ଼ୁସେଫ୍‌” ପ୍ରଡ଼କ୍ଟର ଲଚିଂ କରାଯାଇଥିଲା । ଏହା ବିଶେଷ କରି ଅନଲାଇନ୍ ମାଧ୍ୟମରେ ଯେଉଁ ଶିକ୍ଷା ପ୍ରଦାନ କରାଯାଉଛି ତାହା ପାଇଁ ଭିଡ଼ିଓ ଏନକ୍ରିପସନ୍ ସଫ୍ଟୱେର ଭାବେ ବ୍ୟବହାର କରାଯାଇପାରିବ ଯେଉଁଥିରେ କି ଭିଡ଼ିଓ ଗୋପନୀୟତା ରହିବ । ଯଦି କିଏ ଏହାକୁ ଅପବ୍ୟବହାର କରି ରେକଡ଼ିଂ କରିବାକୁ ଚେଷ୍ଟା କରିବ ଏହା ସଫ୍ଟୱେର ଦ୍ୱାରା ଚିହ୍ନଟ ହୋଇପାରିବ । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କମ୍ପାନୀର ଚେୟାରମ୍ୟାନ ତଥା ଓଡ଼ିଶାର ସୁନାମଧନ୍ୟ ଉଦ୍ୟୋଗପତି କରୁଣାକର ନାୟକ, ଅନ୍ୟତମ ନିର୍ଦ୍ଦେଶକ ତଥା ଉଦ୍ୟୋଗପତି ଦୀପକ କୁମାର ନାଥ, ପ୍ରମୁଖ ଉପସ୍ଥିତ ଥିଲେ । କମ୍ପାନୀ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ସହିତ କାର୍ଯ୍ୟ କରିବାର ଦକ୍ଷତା ରହିଛି ଏବଂ ଆଗକୁ ଏହିପରି କାର୍ଯ୍ୟକ୍ରମ ଜାରି ରହିବ ବୋଲି କମ୍ପାନୀର ଅଧିକାରୀ ମତ ପ୍ରକାଶ କରିଛନ୍ତି ।

loading...

Leave A Reply

Your email address will not be published.