Breaking

ନିର୍ବାଚନ ପାଇଁ ସଜବାଜ ।

0

ଭୂବନେଶ୍ବର:ନିର୍ବାଚନ ଆୟୋଗ ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରଛନ୍ତି। ଚୂଡ଼ାନ୍ତ ତାଲିକାରେ ୩ କୋଟି ୧୮ ଲକ୍ଷ ୭୮୬ ଭୋଟରଙ୍କୁ ସ୍ଥାନ ଦିଆଯାଇଛି । ଭୋଟର ତାଲିକାରେ ୫ ଲକ୍ଷ ୩୯ ହଜାର ୪୫୪କୁ ବୃଦ୍ଧି ହୋଇଛି । ୪ ଲକ୍ଷ ୧୧ ହଜାର ୫୦ ନୂଆ ଭୋଟର ତାଲିକାରେ ଅନ୍ତଭୁକ୍ତ ହୋଇଛନ୍ତି । ରାଜ୍ୟର ମହିଳା ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଛି । ପୂର୍ବର ଡ୍ରାଫ୍ଟ ଭୋଟର ତାଲିକାରେ ଏକ ହଜାର ପୁରୁଷ ଭୋଟରଙ୍କ ତୁଳାନାରେ ୯୩୪ ଜଣ ମହିଳା ଭୋଟର ଥିଲେ । ମାତ୍ର ଚୁଡ଼ାନ୍ତ ଭୋଟର ତାଲିକାରେ ଏକ ହଜାର ପୁରୁଷ ଭୋଟର ତୁଳନାରେ ୯୪୬ ଜଣ ମହିଳା ଭୋଟର୍ ଅଛନ୍ତି।ଭୋଟରଙ୍କ ସହାୟତା ଲାଗି ଟୋଲ ଫ୍ରି ନମ୍ବର ୧୯୫୦ ଜାରି କରାଯାଇଛି । ଅଭିଯୋଗ ଥିଲେ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିପାରିବେ । ଏହା ସହ ପ୍ରତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଭୋଟର ସହାୟତା କେନ୍ଦ୍ର ଖୋଲାଯିବ । ୩୬,୬୦୬ ବୁଥରେ ଭୋଟ୍ ଦେବେ ଭୋଟର। ଚୁଡାନ୍ତ ଭୋଟର ତାଲିକା ନେଇ ନିର୍ବାଚନ କମିସନଙ୍କ ସୂଚନା ଦେଇଛନ୍ତି ।

loading...

Leave A Reply

Your email address will not be published.