Breaking

ଓଡ଼ିଶାରେ ପ୍ରତିଷ୍ଠା ହେଉ ଏକ ଖବରକାଗଜ ସଂଗ୍ରହାଳୟ: ଡକ୍ଟର ଅଭୟ ପଟ୍ଟନାୟକ

0

ଖବରକାଗଜ ହେଉଛି ସମାଜର ଦର୍ପଣ। ଆଜିର କାଗଜ କାଲି ପାଇଁ ଇତିହାସ। ମହାତ୍ମା ସାଧୁ ସୁନ୍ଦର ଦାସ କୃତ କୁଜିବର ପତ୍ର ଥିଲା ଓଡ଼ିଶାର ପ୍ରଥମ ହାତଲେଖା ଖବରକାଗଜ। ଏହି ଦୁଷ୍ପ୍ରାପ୍ୟ କାଗଜ ଏବେ କୋଉଠି ଅଛି କିଛି ଖବର ନାହିଁ। ସେହିପରି କର୍ମବୀର ଗୌରୀ ଶଙ୍କର ରାୟଙ୍କ ଦ୍ୱାରା ପ୍ରକାଶିତ ଉତ୍କଳ ଦୀପିକା ଥିଲା ଓଡ଼ିଶାର ପ୍ରଥମ ମୁଦ୍ରିତ ଖବରକାଗଜ। ଓଡ଼ିଶାର ଅନେକ ଖବରକାଗଜ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ। ଏଗୁଡ଼ିକ ଆଜି ଇତିହାସ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବାପା ପ୍ରବାଦ ପୁରୁଷ ବିଜୁ ବାବୁ କଳିଙ୍ଗ ନାମକ ଏକ ଖବରକାଗଜ ପ୍ରକାଶ କରିଥିଲେ ତାହା ମଧ୍ୟ ଅନେକ ଲୋକ ଦେଖିନାହାନ୍ତି। ତେଣୁ ଓଡିଶାର ପରବର୍ତ୍ତୀ ପିଢ଼ି ପାଇଁ ଏହି ସବୁ ଖବରକାଗଜ ଗୁଡ଼ିକର ସଂରକ୍ଷଣ ଆବଶ୍ୟକ। ଏଥିପାଇଁ ଆମକୁ ଯୋଜନା କରିବାକୁ ହେବ ବୋଲି କହିଛନ୍ତି ସମାଜସେବୀ ଡକ୍ଟର ଅଭୟ ରଞ୍ଜନ ପଟ୍ଟନାୟକ। ଡକ୍ଟର ପଟ୍ଟନାୟକ ମଧ୍ୟ ଏହି ମର୍ମରେ ଏକ ଚିଠି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଛନ୍ତି। ସୂଚନା ଅନୁଯାୟୀ ଭାରତରେ ଖବରକାଗଜ ସଂଗ୍ରହ ହୋଇ ସ୍ୱତନ୍ତ୍ର ଭାବେ କେଉଁଠିବି ନାହିଁ। ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଳ ଠାରେ ଥିବା ମାଧବ ରାଓ ସାପ୍ରେ ସଂଗ୍ରହାଳୟରେ ଖବରକାଗଜ ସହ ପତ୍ରିକା, ବହି ଓ ଅନ୍ୟାନ୍ୟ ଅନେକ ଜିନିଷ ରହିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଇନଟାକର ପ୍ରତିଷ୍ଠାତା ସଦସ୍ୟ। ସେ କଳା, ସଂସ୍କୃତି, ପରମ୍ପରା, ଇତିହାସ ଆଦିକୁ ଭଲ ପାଆନ୍ତି ସେଥିପାଇଁ ଓଡିଶା ଶିଳ୍ପ ସଂଗ୍ରହାଳୟ (କଳାଭୂମି) ଓ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପ୍ରତିଷ୍ଠା କରିବା ସହ ଓଡ଼ିଶାର ସାଂସ୍କୃତିକ ଐତିହ୍ୟର ବିକାଶ ପାଇଁ ଅନେକ ସଂଗ୍ରହାଳୟକୁ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି। ନିକଟରେ ଯାଜପୁର ଜିଲ୍ଲା ବରୀ ବ୍ଲକର ଅରଙ୍ଗାବାଦ ଗ୍ରାମର ଶ୍ରୀ ଦୋଳଗୋବିନ୍ଦ ଦାଶଙ୍କ ପୁତ୍ର ପେପରମ୍ୟାନ ଇଣ୍ଡିଆ ଭାବେ ପରିଚିତ ଶଶାଙ୍କ ଶେଖର ଦାଶ ଗିନିସ ବୁକରେ ଖବରକାଗଜ ସଂଗ୍ରହ କରି ନାମ ସ୍ଥାନିତ କରିଛନ୍ତି। ସେ ଇଟାଲୀର ସେରିଗୋ ବୋଦିନିଙ୍କ ୧୪୪୪ ସଂଖ୍ୟାର ୩ଗୁଣ ଅଧିକା ଅର୍ଥାତ ୧୪୨ ଦେଶର ୯୪ ଭାଷାର ୪୫୧୫ଟି ଖବରକାଗଜ ସଂଗ୍ରହ କରି ତାଙ୍କ ରେକର୍ଡ ଭାଙ୍ଗିଛନ୍ତି। ତେଣୁ ଓଡ଼ିଶାରେ ଏକ ସ୍ୱତନ୍ତ୍ର ଖବରକାଗଜ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ଡକ୍ଟର ପଟ୍ଟନାୟକ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଯଦି ଏହା କରାଯାଏ ତେବେ ଓଡ଼ିଶାରେ ଭାରତର ପ୍ରଥମ ଖବରକାଗଜ ସଂଗ୍ରହାଳୟ ହେବାର ଗୌରବ ମିଳିବ। ମୁଖ୍ୟମନ୍ତ୍ରୀ ଏହାକୁ ସହୃଦୟାତର ସହ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବାକୁ ସେ ଆଶାପୋଷଣ କରିଛନ୍ତି। ଯଦି ରାଜ୍ୟ ସରକାର ଏପରି ଏକ କାମ କରିବାକୁ ଆଗେଇ ଆସନ୍ତି ସେ ଖବରକାଗଜ ସଂଗ୍ରାହକ ଶଶାଙ୍କ ଶେଖର ଦାଶଙ୍କ ସହ ଆଲୋଚନା କରି ତାଙ୍କ ସଂଗ୍ରହକୁ ଦାନ ସୂତ୍ରରେ ଆଣିବାକୁ ପ୍ରୟାସ କରିବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି।

loading...

Leave A Reply

Your email address will not be published.