Breaking

ଫୁଟିବନି ବାଣ, ଫିକା ପଡ଼ିବ ଦୀପାବଳି

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ଏଥର ଦୀପାବଳୀ ରେ ଫୁଟିବନି ବାଣ।ରାଜ୍ୟରେ ବାଣ ବିକ୍ରି ଏବଂ ଫୁଟାଇବା ଉପରେ ସରକାରଙ୍କ ଅଙ୍କୁଶ। ଦୀପାବଳି ରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଥିବା ବେଳେ ବାଣ ବିକ୍ରି ନ ହେବା ନେଇ ବୁଦ୍ଧିଜୀବୀ ମହଲରୁ ପରାମର୍ଶ ଦିଆଯାଉଥିଲା। ସେ ନେଇ ଆଜି ସମଗ୍ର ରାଜ୍ୟରେ ବାଣ ବିକ୍ରି ଓ ବାଣ ଫୁଟାଇବା ନେଇ କଟକଣା ଲାଗୁ ହୋଇଛି।
ସୂଚନାଯୋଗ୍ୟ ଯେ ପୂର୍ବରୁ କଟକରେ ବାଣ ବିକ୍ରି ପାଇଁ ଲାଇସେନ୍ସ ଜାରି କରାଯିବ ବୋଲି କୁହାଯାଇଥିବା ବେଳେ ଏ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଥିଲା। ତେବେ ଆଜି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ ବାଣ ବିହୀନ ଦୀପାବଳି ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।

loading...

Leave A Reply

Your email address will not be published.