Breaking

ଆନ୍ଦୋଳନରତ ଶିକ୍ଷକଙ୍କୁ ସମର୍ଥନ ଜଣାଇଲେ ଧର୍ମେନ୍ଦ୍ର

0

ଭୁବନେଶ୍ୱର: ସରକାରଙ୍କ ନାଲି ଆଖି ସତ୍ୱେ ଜାରି ରହିଛି ଶିକ୍ଷକଙ୍କ ଆନ୍ଦୋଳନ । ଗାନ୍ଧିମାର୍ଗରେ ଆନ୍ଦୋଳନରତ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତି ସମର୍ଥନ ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଶୁକ୍ରବାର ରାଜଧାନୀର ଧାରଣାସ୍ଥଳରେ ପହଞ୍ଚି ରାଜ୍ୟ ସରକାରଙ୍କୁ ସମାଲୋଚନା ଶିକ୍ଷକଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି ।ଶ୍ରୀ ପ୍ରଧାନ ସମବେତ ଶିକ୍ଷକ ସମାଜକୁ ଉଦବୋଧନ ଦେଇ କହିଛନ୍ତି ଏହି ଆନ୍ଦୋଳନ କେବଳ ଶିକ୍ଷକମାନଙ୍କର ଦରମା ସହିତ ସଂଶ୍ଳିଷ୍ଟ ନୁହେଁ ବରଂ ୩୦/୩୫ ଲକ୍ଷ ସାଧାରଣ ଓଡିଆ ଘରର ପିଲାଙ୍କ ଭବିଷ୍ୟତ ସହ ଜଡିତ। ଦାରିଦ୍ର‌ତାରୁ ବାହାରିବା ପାଇଁ ହେଲେ ଶିକ୍ଷା ନିତ୍ୟାନ୍ତ ଆବଶ୍ୟକ । ତେଣୁ ରାଜ୍ୟ ସରକାର ଶିକ୍ଷକ ମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ କରିବା ଉଚିତ୍ ।
ଦୀର୍ଘ ୨୩ ଦିନ ହେବ ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକମାନେ ଧାରଣାରେ ବସିଥିବା ବେଳେ କାଲିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି । ବ୍ଲକ୍ଗ୍ରାଣ୍ଟ ଉଚ୍ଛେଦ ନୁହେଁ, ଚାକିରି ସର୍ତାବଳିରେ ସଂଶୋଧନ ଦାବି କରି ଓଡ଼ିଶା ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ହେଉଛି ।

loading...

Leave A Reply

Your email address will not be published.