Breaking

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ରେ ମେଘ ଉତ୍ସବ

0

ସାହିତ୍ୟ, ସଙ୍ଗୀତ, ନୃତ୍ଯ ଓ ଚିତ୍ର କଳା ରେ ମେଘ ଓ ବର୍ଷାକୁ ପ୍ରତିବିମ୍ବ କରିବାର ଆଭିମୁଖ୍ୟ ନେଇ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଯିତ ଦୁଇ ଦିନିଆ ମେଘ ଉତ୍ସବ 2023 ଉଦଯାପିତ ହୋଇଯାଇଛି I ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡ. ଲେନିନ୍ ମହାନ୍ତି ଓଡ଼ିଶାର ସାଂସ୍କୃତିକ ବିକାଶ ପ୍ରକ୍ରିୟାରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଅଗ୍ରଣୀ ଭୂମିକା ର ଭୂୟସୀ ପ୍ରଶଂସା କରିବା ସହ ପ୍ରତିଭା ଧାରୀ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ସଫଳତା କାମନା କରିଥିଲେ ବିଶିଷ୍ଟ ଅତିଥି ଭାବେ ପ୍ରଖ୍ୟାତ ସଙ୍ଗୀତଜ୍ଞ ପଣ୍ଡିତ ହରମୋହନ ଖୁଣ୍ଟିଆ ତାଙ୍କ ବକ୍ତବ୍ୟରେ ସଙ୍ଗୀତ ଓ ସାହିତ୍ୟର ଅନନ୍ୟ ସମ୍ପର୍କ ଓ ମେଘର ବର୍ଣ୍ଣନା କରି ଏହାର ପ୍ରତିଫଳନ କୁ ବିସ୍ତୃତ ଭାବେ ଆଲୋଚନା କରିଥିଲେ I ମହାମହିମ ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ତଥା ବିଶିଷ୍ଟ କବି ଶ୍ରୀଯୁକ୍ତ ରକ୍ଷକ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସାହିତ୍ୟରେ ମେଘ ର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିବା ସହ ମେଘ ସମ୍ପର୍କିତ ସ୍ଵରଚିତ କବିତା ପାଠ କରିଥିଲେ I କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ସହ ଓଡିଶା ର ସାଂସ୍କୃତିକ ବିକାଶ ଦିଗରେ ବିଶ୍ଵ ବିଦ୍ୟାଳୟ ପକ୍ଷରୁ ଏହି ଭଳି ଉତ୍ସବର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ I କୁଳସଚିବ ଶ୍ରୀମତୀ ଅନାମିକା ଅଧିକାରୀ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଦେଇଥିବା ବେଳେ ସହକାରୀ ପ୍ରଫେସର ଡା. ଆଶିଷ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ I ଦ୍ଵିତୀୟ ଦିବସରେ କବିତା ପାଠ ସହ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ, ତାଳ ବାଦ୍ୟ, ବେହେଲା ବାଦନ, ଛଉ ନୃତ୍ୟ ପରିବେଷଣ ସହ ଏକ ନାଟକ ମଞ୍ଚସ୍ଥ ହୋଇଥିଲା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଭାଗୀୟ ମୁଖ୍ୟ ଡା. ଚକ୍ରଧର ବେହେରା I

loading...

Leave A Reply

Your email address will not be published.