Breaking

କରୋନା ସମୟରେ ସହଯୋଗର ହାତ ବଢାଇଲେ ପ୍ଲାନେଟ୍ ଡେଭଲପମେଣ୍ଟ ଫାଉଣ୍ଡେସନ୍‍ ,ଇଣ୍ଟଭ୍ୟୁଟାଇମ୍ସ ଓ ପାର୍ଲେଜି

ବିଏମ୍ସି କର୍ମଚାରୀଙ୍କୁ ଖାଦ୍ୟ ସାମଗ୍ରୀ ଓ ମାସ୍କ ବଣ୍ଟନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:
କରୋନାର ଦ୍ବିତୀୟ ଲହର ସାରା ଦେଶକୁ ଅସ୍ତବ୍ୟସ୍ତ କରିଥିବାବେଳେ ସାରା ମାନବ ସମାଜ ବର୍ତ୍ତମାନ ସ୍ଥାଣୁ ପ୍ରାୟ।ଏହିପରି ଘଡିସନ୍ଧି ମୁହୁର୍ତରେ ଜୀବନକୁ ବାଜି ଲଗାଇ ମନୁଷ୍ୟ ମାନଙ୍କ ସେବାରେ ଲାଗିପଡିଛନ୍ତି ପ୍ରମୁଖ ଯୋଦ୍ଦା।ସେହି ସମ୍ମୁଖ ଯୋଦ୍ଧା ବିଏମ୍ସି କର୍ମଚାରୀ ମାନଙ୍କୁ ସହାୟତା କରିବାର ମହତ୍ ଉଦ୍ଦେଶ୍ୟ ନେଇ ପ୍ଲାାନେଟ୍ ଡେଭଲପମେଣ୍ଟ ଫାଉଣ୍ଡେସନ୍‍ ,ଇଣ୍ଟଭ୍ୟୁଟାଇମ୍ସ ଓ ପାର୍ଲେଜି ର ମିଳିତ ସହଯୋଗରେ ଖାଦ୍ୟ ସାମଗ୍ରୀ ଓ ମାସ୍କ ବଣ୍ଟନ କରାଯାଇଛି। ଏହି କାଯ୍ୟକ୍ରମରେ ପ୍ଲାନେଟ୍ ଡେଭେଲେପମେଣ୍ଟ ଫାଉଣ୍ଡେସନ୍‍ର ଶ୍ରୀ ଭବାନୀ,ରାଜୀବ ନୟନ,ଇଣ୍ଟରଭ୍ୟୁ ଟାଇମ୍ସର ଗ୍ରୁପ୍ ଏଡିଟର ଶ୍ରୀ ଦିବ୍ୟଜିତ୍ ସାହୁ, ବିଏମ୍ସି ର ପ୍ରକଳ୍ପ ସଂଜୋଯକ ପ୍ରବେଶ କୁମାର ସାହୁ,ବାଣୀବିହାର ପୂର୍ବତନ ଛାତ୍ର ନେତା ଶ୍ରୀ ତନ୍ମୟ,,ବରିଷ୍ଠ ନାଗରିକ ତଥା ଜ୍ୟୋର୍ତିବିଦ୍ ଶ୍ରୀ ବି ବି କର,ପ୍ରମୋଦ ଲେଙ୍କା,ହରମୋହନ ପତି ,ଶାରଦା ଦାସ, ପ୍ରମୁଖ ଉପସ୍ଥିତ ଥିଲେ। ଆଗକୁ ଏହିପରି କାର୍ଯ୍ୟକ୍ରମ ମାନ ଜାରି ରହିବ ବୋଲି ଅନୁଷ୍ଠାନର ପ୍ରମୁଖ ଅଧିକାରୀ ମାନେ ମତପ୍ରକାଶ କରିଥିଲେ।

loading...

Leave A Reply

Your email address will not be published.