Breaking

ସତର୍କ ରୁହନ୍ତୁ ।ସଚେତନ ରୁହନ୍ତୁ

ଆସନ୍ତା ୨ ସପ୍ତାହ ସମସ୍ତଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ସମସ୍ତେ ଜଗିରଖି ଚଳନ୍ତୁ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

କରୋନା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ସରକାର । ରାଜ୍ୟବାସୀଙ୍କୁ ସଜାଗ କଲେ ସୁବ୍ରତ ବାଗଚୀ । ଆସନ୍ତା ୨ ସପ୍ତାହ ଅଧିକ ଗୁରୁତ୍ୱପୂର୍ଣ୍ଣ । ସମସ୍ତଙ୍କ ପାଇଁ ଆଗାମୀ ୨ ସପ୍ତାହ ଜଗିଛକି ଚଳିବାକୁ ପଡିବ । ତେଣୁ ଆସନ୍ତା ୧୫ ଦିନ ସମସ୍ତେ କରୋନା ଠାରୁ ମହଲତ ନେଇ ଆସନ୍ତୁ ବୋଲି ବାଗଚୀ କହିଛନ୍ତି ।ତେବେ ଦେଶରେ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଯାଉଛି । ଆଜି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୫୯୦ ଥିବା ବେଳେ ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୧୨୫୨ । ତେଣୁ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୯୦ ଜଣ ସଂକ୍ରମିତ ହେଲେଣି ।ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ଠାରୁ ନେଇ କେନ୍ଦ୍ର ସରକାରଙ୍କ ଯାଏଁ ସାରା ଭାରତକୁ ଲକଡାଉନ ଘୋଷଣା କରାଯାଇଛି । କରୋନା ମୁକାବିଲା ପାଇଁ ୨୧ ଦିନିଆ ତାଲା ହୋଇଛି । ତେବେ ଘରୁ ବାହାରିଲେ କିମ୍ବା ଅନ୍ୟ ମାନଙ୍କ ସହ ମିଶିଲେ ଭୂତାଣୁ ସଂକ୍ରମଣ ହେଉଥିବାରୁ ଏହାକୁ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଛି । ତେଣୁ ସମସ୍ତଙ୍କୁ ଘରେ ରହିବାକୁ ଆଉ ସୁରକ୍ଷିତ ରହିବାକୁ ସରକାର ବାରମ୍ବାର ପରାମର୍ଶ ଦେଉଛନ୍ତି । ବାହାରକୁ ନବାହାରିଲେ କରୋନା ଆମ ଘର ଭିତରକୁ ଯାଇପାରିବନି । ତେଣୁ ସମସ୍ତେ ଆଗାମୀ ୨ ସପ୍ତାହ ସତର୍କ ରହିବାକୁ ସୁବ୍ରତ ପରାମର୍ଶ ଦେଇଛନ୍ତି ।

loading...

Leave A Reply

Your email address will not be published.