Breaking

ଗୋଟିଏ ଦିନରେ ୧୦୧

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ପ୍ରତ୍ୟେକ ଦିନ ୩୦ ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । କିନ୍ତୁ ବୁଧବାର ଏକାଥରକେ ୧୦୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ହେଉଛି ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସବୁଠାରୁ ଅଧିକ ସଂଖ୍ୟା  ।୧୦୧ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମରୁ ୫୨ ଜଣ, ବାଲେଶ୍ୱରରୁ ୩୩ ଜଣ, ଯାଜପୁରରୁ ୭ ଏବଂ ସୁନ୍ଦରଗଡ଼ରୁ ୭ ଜଣ, କେନ୍ଦୁଝରରୁ ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩୮ରେ ପହଞ୍ଚିଛି । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଗଞ୍ଜାମରେ କରୋନା ସଂଖ୍ୟା ୨୧୦ରେ ପହଞ୍ଚିଛି ସେହିଭଳି ବାଲେଶ୍ୱରରେ ୯୦ ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା, ସେପଟେ ଯାଜପୁରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୧ ଥିବାବେଳେ ସୁନ୍ଦରଗଡ଼ରେ ୨୩ ରହିଥିବା ବେଳେ କେନ୍ଦୁଝରରେ ୪ରହିଛି ।

loading...

Leave A Reply

Your email address will not be published.