ଭୁବନେଶ୍ବର :ନିର୍ବାଚନ ପାଇ ଚାଲିଛି ସଜବାଜ । ଦଳୀୟ କାର୍ଯ୍ୟାଳୟରେ ପ୍ରାର୍ଥିଙ୍କ ଲମ୍ବାଲାଇନ୍ । ଭୋଟରଙ୍କ ମନ ଜିଣିବା ପାଇ ଆଗକୁ ପ୍ରାର୍ଥୀମାନେ କରିବେ ରୋଡ଼ସୋ ଓ ଘନଘନ ସଭା। ନିର୍ବାଚନକୁ ଦୃଷ୍ଟିରେ ରଖି କମିସନରେଟ୍ ପୋଲିସ ଆଡ଼ଭାଇଜରି ଜାରି କରାଯାଇଛି। ନିର୍ବାଚନ ପର୍ଯ୍ୟନ୍ତ ବିଭିନ୍ନ ରାଜନୈତିକ ଦଳ ମାନେ କରିବାକୁ ଥିବା ଶୋଭାଯାତ୍ରାରେ ଓ ସାଧାରଣ ସଭାରେ କ’ଣ କରିବେ ଓ କ’ଣ ନକରିବେ ସେନେଇ ପାଠ ପଢାଇଛି କମିସନରେଟ ପୋଲିସ ।ନିର୍ବାଚନୀ ଶୋଭାଯାତ୍ରାରେ କେତେ ଲୋକ ଓ କେତେ ଗାଡି ବ୍ୟବହାର ହେଉଛି ସେନେଇ ପୋଲିସକୁ ଆଗୁଆ ସୂଚନା ଦେବେ ପ୍ରାର୍ଥୀ । ଦଶଟି ଗାଡିରୁ ଉର୍ଦ୍ଧ୍ୱ ଗାଡି ପ୍ରାର୍ଥୀ ରାଲିରେ ବ୍ୟବହାର କରିପାରିବେନାହି । ପ୍ରାର୍ଥୀଙ୍କ ଗାଡି ପୋଲିସ ଯେଉଁ ରୁଟ ପାଇଁ ଅନୁମତି ଦେବ ସେଇ ରୁଟରେ ଯିବାଆସିବା କରିବ । ୧୦ରୁ ଅଧିକ ଗାଡି ରାଲିରେ ସାମିଲ ହେଲେ ୧୦୦ ମିଟର ବ୍ୟବଧାନରେ ଗାଡି ରଖିବେ । ସାଧାରଣ ଲୋକ ଯେପରି ଅସୁବିଧାରେ ନ ପଡନ୍ତ ତେଣୁ ଶୋଭାଯାତ୍ରା ହେଉଥିବା ସମୟରେ ରାସ୍ତାର ଅଧା ଭାଗ ସାଧାରଣ ଲୋକଙ୍କ ଯିବା ଆସିବା ପାଇଁ ଖାଲିରହିବ । ଯାତ୍ରୀ ତଥା ସାଧାରଣ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକ ଗୁରୁତ୍ୱ ଦିଆଯିବ । ଶୋଭାଯାତ୍ରା ବାଣ ଫୁଟାଇ ପାରିବେ ନାହି।ଏତତ୍ ବ୍ୟତିତ ବ୍ୟବହାର ହେଉଥିବା ଡାକବାଜି ନିର୍ବାଚନ କମିସନଙ୍କ ନିୟମ ଅନୁସାରେ ହି ସ୍ଥିର ହେବ। ରୋଡ ସୋ କରୁଥିବା ବେଳେ ସେଥିରେ ସ୍କୁଲ ପିଲାଙ୍କୁ ସାମିଲ କରାଯାଇପାରିବ ନାହି । ସର୍ବାଧିକ ୬ଫୁଟ ଚଉଡା ୪ଫୁଟ ଲମ୍ବର ବ୍ୟାନର ବ୍ୟବହାର ଓ କୌଣସି ପ୍ରକାର ଲାଠିର ବ୍ୟବହାର ଉପରେ କଟକଣା ଲାଗିଛି । ନିୟମର ବେଖାତିର କିମ୍ବା ଅବମାନନା କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ରୋକ୍ଠୋକ୍ ସୁଣାଇଛି କମିସନରେଟ ପୋଲିସ।
Breaking
Kinetic Green Tonino Lamborghini Appoints Electrify Maldives as the Official Distributor for Maldives, Unveils the electric luxury golf & lifestyle carts at TechEng 2025, the Maldives’ premier exhibitionଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment୨୯ରୁ ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲ