Breaking

କୃଷକ ମାନେ ଆମ ଅର୍ଥନୀତିର ମହାଶକ୍ତି:ମୁଖ୍ୟମନ୍ତ୍ରୀ

0

ଓଡିଶା ନ୍ୟୁଜ ଟୁଡ଼େ ବ୍ୟୁରୋ:
ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ଓଡ଼ିଶା ଦିବସ ଅବସରରେ ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ଚାଷୀ କଲ୍ୟାଣ ଯୋଜନା ‘କାଳିଆ’ର ଶୁଭାରମ୍ଭ କରି କୃଷକମାନେ ଆମ ଅର୍ଥନୀତିର ମହାଶକ୍ତି ବୋଲି ପ୍ରକାଶ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଚାଷୀକୁ ଅଣଦେଖା କରି ବିକାଶ କଥା ଚିନ୍ତା କରାଯାଇ ନପାରେ ବୋଲି ଦର୍ଶାଇ କହିଛନ୍ତି ଯେ ରାଜ୍ୟର ୩୭ ଲକ୍ଷ କୃଷକ ଓ ୧୭ ଲକ୍ଷ ଭୂମିହୀନ କୃଷକଙ୍କ ଜୀବନଧାରା ଉପରେ ‘କାଳିଆ’ ପ୍ରଭାବ ପକାଇଛି । ରବି ଋତୁ ପାଇଁ କୃଷକମାନଙ୍କ ବ୍ୟାଙ୍କ ଖାତାରେ ପ୍ରାୟ ୭୦୦ କୋଟି ଟଙ୍କା ଜମା କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ଶୂନ ପ୍ରତିଶତ ସୁଧରେ ଋଣ ଓ ନୂଆ କୃଷିନୀତି ପରି ଅନେକ କାର୍ଯ୍ୟକ୍ରମ ଆମର ଚାଷୀଭାଇମାନଙ୍କୁ ଉତ୍ସାହିତ କରିଛି । ଏମ୍‌.ଏସ୍‌ ସ୍ୱାମୀନାଥନ୍‌ କମିଟିଙ୍କ ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶାର ଦାବି ଜାରି ରହିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଦୋହରାଇଛନ୍ତି । ମାନ୍ୟବର ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ଶ୍ରୀ ରାଜକୁମାର ଶର୍ମା ଓ ବରିଷ୍ଠ ପଦାଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

loading...

Leave A Reply

Your email address will not be published.