Breaking

ଯୁଦ୍ଧ ପୂର୍ବରୁ ଯୋଦ୍ଧା ପ୍ରସ୍ତୁତ : ଭାଇରାଲ ହେଲା ମୁଖ୍ୟମନ୍ତ୍ରୀଙ୍କ ବ୍ୟାୟାମ ଭିଡିଓ

0

ଭୁବନେଶ୍ବର :ଭାଇରାଲ ହେଲା ବିଜେଡି ସୁପ୍ରିମୋଙ୍କ ବ୍ୟାୟାମ ଭିଡିଓ । ଗତ ୧୯ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ରହି ଆସିଥିବା ନବୀନ ପଟ୍ଟନାୟକଙ୍କ ଫିଟନେସ ଭିଡିଓ ଏବେ ସାମ୍ନାକୁ ଆସିଛି । ସେ ଏକ ଧୁଷର ରଙ୍ଗର ଟ୍ରାକ୍‌ ପ୍ୟାଣ୍ଟ୍‌ ସହ କଳା ବେନିୟନ୍‌ ପିନ୍ଧି ଏକଦମ ନିଆରି ଦିଶୁଛନ୍ତି।ଭିଡିଓଟିରେ ନବୀନ ଜଗିଂ ପୋଷାକରେ ବ୍ୟାୟାମ କରୁଥିବାର ନଜର ଆସିଛନ୍ତି। ନବୀନ ବଗିଚାରେ ବୁଲି ବୁଲି ଜଗିଂ କରୁଛନ୍ତି ଓ ପୁଣି ବଗିଚାରୁ ଆସି ଘରକୁ ଆସି ଟିଭି ଲଗାଇ ବ୍ୟାୟାମ ଉପକରଣରେ ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଛନ୍ତି। ଶେଷରେ କହିଛନ୍ତି କି ‘ଓଡ଼ିଶାର ଲୋକମାନଙ୍କୁ ପାଇଁ ଲଢ଼ିବାକୁ ଆପଣମାନେ ପ୍ରସ୍ତୁତ ତ?’ ଏଥିସହ ଏହି ଭିଡ଼ିଓ ଛାଡ଼ି ବିରୋଧୀଙ୍କୁ ଚାଲେଞ୍ଜ ଦେଇଛନ୍ତି ନବୀନ । ୧୯ ଫାଇଟ୍ ପାଇଁ ମୁଁ ଫିଟ୍ ଥିବା ବିରୋଧୀଙ୍କୁ ସଙ୍କେତ ଦେଇଛନ୍ତି ନବୀନ ।

loading...

Leave A Reply

Your email address will not be published.