ଭୁବନେଶ୍ୱର:ତିତଲି କ୍ଷୟକ୍ଷତି ଆକଳନ କରିବା ପରେ କେନ୍ଦ୍ର ସରକାରଙ୍କୁ ୧୦୦୦ କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳୀନ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି।ତିତ୍ଲି ଯୋଗୁଁ ୨୭୭୦.୨୮ କୋଟି ଟଙ୍କା କ୍ଷତି ହୋଇଛି ବୋଲି ରାଜ୍ୟ ସରକାର କହିଛନ୍ତି।ବନ୍ୟା ଓ ବାତ୍ୟାରେ ୫୭,୧୩୧ ଘର କ୍ଷତି ହୋଇଛି। ଏହାକୁ ପୂରଣ କରିବା ପାଇଁ ଭାରତ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୭,୧୩୧ ଘର ନିର୍ମାଣ କରନ୍ତୁ ବୋଲି ରିପୋର୍ଟ ଦାଖଲ ହୋଇଛି। ବାତ୍ୟା ଯୋଗୁଁ ୨.୭୩ ଲକ୍ଷ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। ସେହିଭଳି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଦ୍ୟୁତ ବିଭାଗର କୋଟି କୋଟି ଟଙ୍କା କ୍ଷତି ହୋଇଛି। ଜରୁରୀକାଳୀନ ମରାମତି ପାଇଁ ପାଣ୍ଠିର ଆବଶ୍ୟକତା ଅଛି।ଏହି ପ୍ରଭାବିତ ଘର ବା ଭାଙ୍ଗିଥିବା ଘରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।
Breaking
ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କଲା ଶ୍ରୀ ଜଗନ୍ନାଥ ଭଜନ “ହେ ପୁରୁଷୋତ୍ତମ”ଇଣ୍ଡଲଜ୍ ବ୍ରାଇଡ଼ାଲ ମଲ୍ରେ ଆରମ୍ଭ ହେଲା ମହିଳା କାର୍ଣ୍ଣିଭାଲ ୨୦୨୨ଶିବାନନ୍ଦ ଶତ ବାର୍ଷିକ ବାଳକ ବିଦ୍ୟାଳୟର ପ୍ରତିଷ୍ଠା ଦିବସନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’