Breaking

କଟକରେ ଉଦଘାଟନ ହେଲା ଅତ୍ୟାଧୁନିକ ସିୱେଜ୍ ଟ୍ରିଟମେଂଟ ପ୍ଲାଂଟ

0

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନିକିଆ କଟକ ଗସ୍ତରେ ଯାଇ ସିଡିଏ ଠାରେ ଅତ୍ୟାଧୁନିକ ସ୍ୱିୱେଜ୍ ଟ୍ରିଟମେଂଟ ପ୍ଲାଂଟର ଉଦଘାଟନ କରିଛନ୍ତି । ଉଦଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ସ୍ଥଳ ବୁଲି ଦେଖିଥିଲେ । ଏହି ପ୍ଲାଂଟ କଟକ ସିଡିଏଠାରେ ଦୈନିକ ୩କୋଟି ୬୦ଲକ୍ଷ ଲିଟର ବର୍ଜ୍ୟ ବିଶୋଧନ କରିବ । ଏଥିପାଇଁ ୧୧୦କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି । ଏହି ଯୋଜନାରେ ସହରରେ ୨୭୫ କିମିରୁ ଅଧିକ ଦୈର୍ଘ୍ୟର ସିୱେଜ୍ ପାଇପ୍ଲାଇନ୍ ନିର୍ମାଣ ସମ୍ପୂର୍ଣ୍ଣ କରାଯିବ । ସେହିପରି କଟକ ପୋଲିସ କଲୋନିରେ ଘଂଟା ପ୍ରତି ୭୨ଲକ୍ଷ ଲିଟର ନିଷ୍କାସନ କ୍ଷମତା ବିଶିଷ୍ଟ ଡ୍ରେନେଜ୍ ପମ୍ପିଙ୍ଗ୍ ଷ୍ଟେସନରେ ନିର୍ମାଣ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରାଯାଇଛି । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ନରାଜରେ ଉର୍ଦ୍ଦୁ ୟୁନିଭରସିଟିର ଶିଳାନ୍ୟାସ କରିଛନ୍ତି ।

loading...

Leave A Reply

Your email address will not be published.