Breaking

ଚିଲିକା ମଝିରେ ଓହ୍ଲାଇବ ସିପ୍ଲେନ୍‌ ! ଓ୍ଵାଟର ଏରୋଡ୍ରମ୍ ପ୍ରସ୍ତାବକୁ କେନ୍ଦ୍ରର ସବୁଜ ସଙ୍କେତ

0

ଭୁବନେଶ୍ବର: ଏବେ ଚିଲିକାରେ ଓହ୍ଲାଇବ ସି-ପ୍ଲେନ୍। ପର୍ୟ୍ୟଟକମାନେ ସି-ପ୍ଲେନ୍ ଜରିଆରେ ଚିଲିକା ଭିତରେ ଓହ୍ଲାଇବେ । ଦେଶରେ ପ୍ରଥମ ଥର ପାଇଁ ଏପରି ପରିକଳ୍ପନା କରାଯାଇଛି । ଚିଲିକା ସମେତ ଦେଶର ତିନିଟି ସ୍ଥାନରେ ଓ୍ଵାଟର ଏରୋଡ୍ରମ୍ କରି ସି-ପ୍ଲେନ୍ ଚଳାଇବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରାଳୟ । ତେବେ ପ୍ରଥମ ପର୍ଯ୍ୟାୟରେ ଏହି ପ୍ରୋଜେକ୍ଟ ଓଡ଼ିଶାର ଚିଲିକା ହ୍ରଦ, ସାବରମତୀ ଫ୍ରଣ୍ଟ୍‌ ଓ ସର୍ଦ୍ଦାର ସରୋବର ଡ୍ୟାମ୍‌(ଗୁଜରାଟ) ରେ ନିର୍ମାଣ ହେବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଟ୍ୱିଟ୍‌ରେ ସୂଚନା ଦେଇଛନ୍ତି। ଏହା ପାଇଲଟ୍‌ ପ୍ରୋଜେକ୍ଟ ଭାବେ ନିର୍ମାଣ ହେବ ବୋଲି ସେ କହିଛନ୍ତି।

loading...

Leave A Reply

Your email address will not be published.