Breaking

“ଦି ଇଣ୍ଟରଭ୍ୟୁ ଟାଇମ୍ସ ପକ୍ଷରୁ ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୨”

“ସମ୍ମାନିତ ହେଲେ ୨୦ଜଣ ସଫଳ ଉଦ୍ୟୋଗୀ”

0

ଭୁବନେଶ୍ୱର ମାର୍ଚ୍ଚ ୫: ରାଜ୍ୟର ପ୍ରତିଷ୍ଠିତ ଉଦ୍ୟୋଗୀଙ୍କର ଉଦ୍ୟମକୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ “ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୨” ଉତ୍ସବ ସ୍ଥାନୀୟ ଏକ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବାଣିଜ୍ୟ ନେତୃତ୍ୱ ସମ୍ମାନ ଉତ୍ସବକୁ ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଷୀ ଲାଲ ସ୍ୱତନ୍ତ୍ର ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଶ୍ରୀ ଉପେନ୍ଦ୍ର ତ୍ରିପାଠୀ (ଆ.ଏ.ଏସ୍‌, ମୁଖ୍ୟମନ୍ତ୍ରୀଙ୍କର ଉପଦେଷ୍ଟା (ଶିକ୍ଷା)) ଓ ଅନ୍ୟାନ୍ୟ ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ଜଷ୍ଟିସ୍ ସଞ୍ଜୁ ପଣ୍ଡା, ପଦ୍ମ ବିଭୁଷଣ ସୁଦର୍ଶନ ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଶ୍ରୀ ଅମିତାଭ ଠାକୁର (ଆଇଜି, ଅପରେସନ୍‌) ଓ ଡ଼ଃ ତପନ ଚାନ୍ଦ (ନିର୍ଦ୍ଦେଶକ, ବେଦାନ୍ତ) ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଡ଼ଃ ହରେକୃଷ୍ଣ ଶତପଥୀ (ପୂର୍ବତନ ଉପକୂଳପତି, କିସ୍ ବିଶ୍ୱବିଦ୍ୟାଳୟ) ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିଲେ । ସ୍ୱତନ୍ତ୍ର ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ମାନ୍ୟବର ରାଜ୍ୟପାଳ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ଉଦ୍ୟମକୁ ସାଧୁବାଦ ଜଣାଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ସମୁହ ସମ୍ପାଦକ ଦିବ୍ୟଜିତ୍ ସାହୁ ସ୍ୱାଗତ ଭାଷଣ ରଖିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରାରମ୍ଭିକ ଅଧିବେଶନ ପରେ ଓଡ଼ିଶାର ପ୍ରଗତି ଓ ଅଭିବୃଦ୍ଧିକୁ ନେଇ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ରରେ ବିଶିଷ୍ଟ ବକ୍ତା ଭାବେ ଶ୍ରୀମତି ସଂଘମିତ୍ରା ପତି (ନିର୍ଦ୍ଦେଶକ, ଆଇ.ସି.ଏମ୍‌.ଆର୍‌), ମାନସ ପଣ୍ଡା (ନିର୍ଦ୍ଦେଶକ, ଏସ୍‌.ଟି.ପି.ଆଇ), ମନିସ୍ ଖର୍‌ବନ୍ଧା (ଗ୍ରୁପ୍ ଆଡ଼୍‌ଭାଇଜର୍ ଆଣ୍ଡ କର୍ପୋରେଟ୍ ଏଫ୍‌.ଆଇ.ଆର୍‌, ଜେ.ଏସ୍‌.ପି.ଏଲ୍‌), ଏମ୍‌. ସେନ୍ ବେଗମ୍ (ଟାଟା ପାୱାର), ଆଣ୍ଟୋନି ଆର୍ ଉଭରୀ (ଭି.ସି, ଏକ୍ସ.ଆଇ.ଏମ୍‌ବି), ସୁଧିର ଡ଼ିଗିକର (ସି.ଇ.ଓ, ଆପୋଲୋ ହସ୍ପିଟାଲ), ଡ଼ଃ ଉମେଶ ଚନ୍ଦ୍ର ଜେନା (ଅତିରିକ୍ତ ନିର୍ଦ୍ଦେଶକ, ଖଣି ବିଭାଗ) ଯୋଗଦେଇଥିଲେ । ଆଲୋଚନା ଚକ୍ର ପରେ ବାଣିଜ୍ୟ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ୨୦ଜଣ ସଫଳ ବ୍ୟକ୍ତିତ୍ୱଙ୍କୁ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ “ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୨” ଓ ତିନି ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷ ଯଥା ଡ଼ଃ କୃପାସିନ୍ଧୁ ପଣ୍ଡା (ପଣ୍ଡା ମେଡ଼ିକାଲ ସେଣ୍ଟର), ମହେନ୍ଦ୍ର କୁମାର ଗୁପ୍ତା (ମୁଖ୍ୟ ନିର୍ଦ୍ଦେଶକ, ଗୁପ୍ତାପାୱାର), ଏସ୍‌.ପି ମହାନ୍ତି (ମୁଖ୍ୟ ନିର୍ଦ୍ଦେଶକ, ବି.ଭି.ଏଫ୍‌.ସି) ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏତଦ୍ ବ୍ୟତୀତ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ସ୍ୱତନ୍ତ୍ର ସଂସ୍କରଣ ମଧ୍ୟ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । କାର୍ଯ୍ୟକ୍ରମରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ଅଧ୍ୟକ୍ଷ ଡ଼ଃ ସୁଭାଶିଷ ଦାସ ଓ ଅନୁଷ୍ଠାନର ସଦସ୍ୟ ଅରୁଣ କୁମାର ମାହାନା, ପ୍ରମୋଦ କୁମାର ଲେଙ୍କା ଓ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ରାଜୀବ ନୟନ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ସହସଂପାଦକ ଶୁଭଜିତ୍ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

loading...

Leave A Reply

Your email address will not be published.