Breaking

ପ୍ରେମରେ ବିଚ୍ଛେଦ ପରେ ଯୁବତୀ ମନରେ ଉଙ୍କିମାରେ ୫ଟି ପ୍ରଶ୍ନ

0

ଯେତେବେଳେ ମଧୁର ସଂପର୍କରେ ପଡିଯାଏ ବିଚ୍ଛେଦର ଭଟ୍ଟା କେବଳ ହୃଦୟ ଭାଂଗି ନଥାଏ । ଏହାସହ ଅନେକ ସ୍ୱପ୍ନ ଓ ଶପଥର ଇମାରତ ଚୁରମାର ହୋଇଯାଇଥାଏ । ସେହି ସ୍ୱପ୍ନ ଯାହା ଦୁହେଁ ମିଶି ଦେଖିଥିଲେ । ସେହି ଶପଥ ଯାହା ଦୁହେଁ ଦୁହିଁଙ୍କର ରାଣ ଖାଇ କରିଥିଲେ । ବିନା କାରଣରେ ଯେତେବେଳେ ସଂପର୍କ ଭାଂଗିଯାଏ ସେତେବେଳେ ବିରହ ହୃଦୟକୁ ଜଳାଇଥାଏ ।

କିଛି କାରଣ ନଥାଇ ଯେବେ ଆପଣାର ଜଣେ ଅଧା ବାଟରେ ହାତ ଛାଡି ଦିଏ । ସେତେବେଳେ ବଦଳିଯାଏ ଜୀବନର ମୋଡ । ସବୁ ଲାଗେ ଅନ୍ଧକାର । ବଂଚିବା ମରିବା ଲାଗେ ଏକାପରି । କିନ୍ତୁ ଜୀବନରେ ଆଗକୁ ତ ବଢିବାକୁ ହୋଇଥାଏ ନିଜ ପାଇଁ ଓ ନିଜର ଘରଲୋକ ଓ ସଂପର୍କୀୟଙ୍କ ଆଶାକୁ ନେଇ । ସବୁକିଛି ଭୁଲି । ଅତୀତକୁ ପିଠି କରି ପୁଣି ନୂଆ ସ୍ୱପ୍ନ ଦେଖିବାକୁ ହୁଏ ।

କିନ୍ତୁ କିଛି ପ୍ରଶ୍ନ ସବୁବେଳେ ମନକୁ ଆନ୍ଦୋଳିତ କରିଥାଏ । ମନ କହେ ସେହି ଲୋକ ଥରେ ସାମ୍ନାକୁ ଆସନ୍ତାନି ,ପଚାରନ୍ତି ସବୁ ପ୍ରଶ୍ନର ଉତ୍ତର । କାହିଁକି ଏମିତି କଲା । ଭୁଲ୍ କାହାର ।
ଏ ଏମିତି ପ୍ରଶ୍ନ ଯାହା ପ୍ରେମରେ ବିଚ୍ଛେଦ ପରେ ପ୍ରତି ଯୁବତୀ ପଚାରିବାକୁ ଚାହିଁଥାଏ ।

୧ – ତୁମେ ମୋତେ କାହିଁକି ଛାଡିଲ?
୨- କ’ଣ ଏବେବି ତମେ ମତେ ମନେପକାଅ ?
୩- ଆମ ସଂପର୍କ କ’ଣ ଭୁଲ ଥିଲା ?
୪- କ’ଣ ତୁମେ ତୁମର ନୂଆ ସାଥୀକୁ ମୋ କଥା କହିଛ ?
୫- ସେ କ’ଣ ମୋ ଠାରୁ ସୁନ୍ଦର ?

ଏମିତି ଅନେକ ପ୍ରଶ୍ନର ଅଡୁଆ ସୂତାରେ ଛନ୍ଦି ହୋଇଥାଏ ପ୍ରେମ ବିଚ୍ଛେଦରେ ଜଳୁଥିବା ଯୁବତୀର ବିରହୀ ମନ । ଅଜାଣତରେ ଅତୀତ ଛିଡା ହୋଇଯାଏ ସାମ୍ନାରେ ।
ଏହାସହ ମଧ୍ୟ ଦେଖନ୍ତୁ-ସାବଧାନ! ବିବାହ ପରେ ସେକ୍ସ ଜୀବନ ବ୍ୟତିକ୍ରମରେ ସଂପର୍କରେ ଆସିପାରେ ଧୋକା

loading...

Leave A Reply

Your email address will not be published.