ଭୁବନେଶ୍ୱର: ମାନିବାକୁ ପଡିବ ମହିଳାଙ୍କୁ । ଲୁଟେରା ତାଙ୍କୁ ମାଡ଼ ମାରି ଲୁଟ ଉଦ୍ୟମ କରୁଥିବା ବେଳେ ସାହସ ଦେଖାଇ ମହିଳା ଜଣଙ୍କ ତାଙ୍କୁ କାବୁ କରି ନେଇଥିଲେ। ମହିଳାଙ୍କ ଏଭଳି ସାହସ ପାଇଁ ଅନେକ ଲୋକେ ପ୍ରଶଂସା କରିଛନ୍ତି। ଏଭଳି ଘଟଣା ମଞ୍ଚେଶ୍ୱର ଥାନା ଜିଜିପି କଲୋନୀ ମଳୟ ବିହାର ରେ ଦେଖିବାକୁ ମିଲିଛି। ମହିଳାଙ୍କ ସାହସ ବଳରେ ଲୁଟେରା ଜଣଙ୍କ ଧରାପଡିଛି। ଏନେଇ ମଞ୍ଚେଶ୍ୱର ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରା ଯାଇଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କୋଣାର୍କ ଅଞ୍ଚଳର ସୋମନାଥ ଦାସ। ତାଙ୍କୁ ଶନିବାର କୋର୍ଟ ପଠେଇ ଦିଆଯାଇଛି।
ଅଭିଯୋଗ ଅନୁଯାୟୀ,ମଳୟ ବିହାରରେ ଅଭିଜିତା ପଟ୍ଟନାୟକ ପରିବାର ସହ ରୁହନ୍ତି। ଶନିବାର ଅପରାହ୍ନ ପ୍ରାୟ 2 ଟାରେ ଅଭିଜିତା ବଜାର ଯାଇଥିଲେ। ଏହି ସମୟରେ ଘେରକୁ ଫେରୁଥିବା ସମୟରେ ଦୁଇ ଜଣ ଲୁଟେରା ବାଇକରେ ଆସି ସେଠାରେ ପହଞ୍ଚିଥିଲେ। ସେମାନକଂ ମଧ୍ୟରୁ ଜଣେ ଲୁଟେରା ମହିଳାଙ୍କ ଆଗକୁ ଯାଇ ସୁନାଚେନ ଲୁଟ କରିବାକୁ ଉଦ୍ୟମ କରିଥିଲେ। ଲୁଟେରା ଜଣଙ୍କ ମହିଳାକଂ ସୁନା ଚେନ ଧରିଥିବା ବେଳେ ମହିଳା ଜଣଙ୍କ ଲୁଟେରା ହାତକୁ ଧରି ପକାଇଥିଲେ। ଲୁଟେରା ଧରିଥିବା ଛୁରୀରେ ମହିଳାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ମହିଳା ଜଣଙ୍କ ଛୁରୀକୁ ନ ଡରି ଲୁଟେରାକୁ କାବୁ କରି ଚିତ୍କାର କରି ଲୋକଙ୍କୁ ଡାକିଥିଲେ। ଲୋକେ ଆସି ଲୁଟେରାକୁ କାବୁ କରି ପୋଲିସକୁ ଦେଇଥିଲେ। ଏହି ସାହାସିକତା କାର୍ଯ୍ୟ ପାଇଁ କମିଶନର ସତ୍ୟଜିତ ମହାନ୍ତି ଡିସିପି ଅନୁପ ସାହୁ ପହଞ୍ଚି ମହିଳାଙ୍କ ସାହସକୁ ପ୍ରଶଂସା କରିବା ସିହିତ ପୁରସ୍କୃତ କରିଛନ୍ତି ।
Breaking
ଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment୨୯ରୁ ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲNavadarshan Reflection Ceremony 2025: Paving the Way for an Inclusive & Viksit Odisha